ଚଣ୍ଡିଖୋଲ ୬।୪: ଲୁଟ୍ ପାଇଁ ବୃଦ୍ଧାଙ୍କୁ ହତ୍ୟା ଘଟଣାରେ ବାଲିଚନ୍ଦ୍ରପୁର ପୋଲିସ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିଛି । ଏହାସହ ଦୁଇ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ ।
ସୂଚନାଯୋଗ୍ୟ ଯେ, ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ତିଗିରିଆ ଗ୍ରାମରେ କୌସଲ୍ୟା ପତିଙ୍କ ଘରେ ଲୁଟ୍ ପାଇଁ ଦୁର୍ବୃତ୍ତ ମାନେ ଘରେ ପଶିଥିଲେ । କୌଶଲ୍ୟା ଓ ତାଙ୍କ ଝିଅ ଦୁର୍ବୃତ୍ତଙ୍କୁ ଚିହ୍ନିପାରି ଥିବାରୁ ଦୁର୍ବୃତ୍ତ ମାନେ ବୃଦ୍ଧା ଓ ତାଙ୍କ ଝିଅଙ୍କୁ ଆକ୍ରମଣ କରିଥିଲେ । ଯାହା ଫଳରେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଝିଅ ଆହତ ହୋଇଥିଲେ । ଘଟଣାସ୍ଥଳରେ ବାଲିଚନ୍ଦ୍ରପୁର ପୋଲିସ ପହଞ୍ଚି ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିଲା । ଦୁଇ ଅଭିଯୁକ୍ତକୁ ପୋଲିସ ଗିରଫ କରିଥିଲା ।
ରବିବାର ବାଲିଚନ୍ଦ୍ରପୁର ପୋଲିସ ପକ୍ଷରୁ କ୍ରାଇମ୍ ସିନ୍ ରିକ୍ରିଏସନ କରାଯାଇଥିଲା । ଦୁଇ ଜଣ ଅଭିଯୁକ୍ତଙ୍କୁ ପୋଲିସ ଘଟଣାସ୍ଥଳକୁ ନେଇ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିଥିଲା । କେଉଁଭଳି ଭାବେ ସେମାନେ ଲୁଟ୍ କରିବା ପାଇଁ ଘରେ ପଶିଥିଲେ ଓ ବୃଦ୍ଧାଙ୍କୁ କିଭଳି ହତ୍ୟା କରିଥିଲେ ଏ ସମସ୍ତ ଘଟଣା ଅଭିଯୁକ୍ତ ମାନେ ପୋଲିସକୁ ଦେଖାଇଛନ୍ତି । ଦୁଇ ଜଣ ଅଭିଯୁକ୍ତ ହେଲେ ସ୍ଥାନୀୟ ଖଡଗପୁର ଅଞ୍ଚଳର ବିକାସ ଦାସ, ମଙ୍ଗୁଳି ଦାସ । ସେମାନଙ୍କ ନିକଟରୁ ଏକ ମାରଣାସ୍ତ୍ର ଜବତ କରିଛି ପୋଲିସ । ସେମାନେ ଚୋରି କରିବା ପାଇଁ ଆସିଥିବା ବେଳେ ଧରା ପଡ଼ିଯିବା ଭୟରେ ବୃଦ୍ଧା ଓ ତାଙ୍କ ଝିଅଙ୍କୁ ଆକ୍ରମଣ କରିଥିବା ସ୍ବୀକାର କରିଛନ୍ତି । ଗିରଫ ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ । ସେମାନଙ୍କର ଆଉ କେଉଁ ଘଟଣାରେ ସଂପୃକ୍ତି ରହିଛି ସେମାନଙ୍କ ସହ ଆଉ କେଉଁ ମାନେ ଅଛନ୍ତି ସେ ନେଇ ପୋଲିସ ଅଧିକ ତଦନ୍ତ ଚଳାଇଛି ।
You Can Read:
ଶ୍ରୀମନ୍ଦିରରୁ ଆସିଲା ଆଜ୍ଞାମାଳ, ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ଖପୁରିଆରେ ରଥକାଠ ଚିରଟ ଆରମ୍ଭ