ବାଲେଶ୍ଵର ବାରାକରେ ମହିଳା କନଷ୍ଟେବଳଙ୍କ ଆତ୍ମହତ୍ୟା, ପ୍ରେମ ବ୍ୟାପାର ସନ୍ଦେହ

Published By : Prameya-News7 Bureau | April 08, 2025 IST

ବାଲେଶ୍ଵର: ବାଲେଶ୍ଵରରେ ଜଣେ ମହିଳା କନଷ୍ଟେବଳ ଆତ୍ମହତ୍ୟା କରିଥିବା ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ବାଲେଶ୍ଵର ପୋଲିସ ବାରାକରେ ନିଜ ରୁମରେ ବେକରେ ଓଢଣୀ ଲଗାଇ ଆତ୍ମହତ୍ୟା କରିଥିବା ଜଣା ପଡିଛି। ମୃତ ମହିଳା କନଷ୍ଟେବଳଙ୍କ ନାଁ ହେଉଛି ଯଶୋଦା ଦାସ। କେଉଁ କାରଣରୁ ସେ ଆତ୍ମହତ୍ୟା କରିଛନ୍ତି ତାର କାରଣ ଅସ୍ପଷ୍ଟ ରହିଛି। ସେ ୨୦୨୩ରେ ଚାକିରିରେ ଯୋଗ ଦେଇଥିଲେ। 

ସୂଚନା ଅନୁଯାୟୀ, ଆଜି ସକାଳେ ବାରାକରେ ସମସ୍ତେ ଡ୍ୟୁଟି ଯିବା ପରେ ଯଶୋଦା  ଏକା ଥିଲେ। ସକାଳ ପ୍ରାୟ ୮ଟାରେ ଯଶୋଦାଙ୍କୁ ବାରାକରେ ନିଜ ରୁମରେ ପଙ୍ଖାରେ ବେକରେ ଓଢଣୀ ଲଗାଇ ଝୁଲି ପଡ଼ିଥିବା ଦେଖିବାକୁ ମିଳିଥିଲା। ତୁରନ୍ତ ତାଙ୍କର ସହକର୍ମଚାରୀ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ବାଲେଶ୍ଵର ଏସପି କହିଛନ୍ତି ଯେ, ଘଟଣାର ତଦନ୍ତ ଚାଲିଛି। ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳକୁ ଯାଇ ତଦନ୍ତ ଚଳାଇଛନ୍ତି। ବ୍ୟକ୍ତିଗତ କାରଣରୁ ମହିଳା କନଷ୍ଟେବଳ ଆତ୍ମହତ୍ୟା କରିଛନ୍ତି। 

Also read: ବିଷ ପିଇ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର

ମୃତ ଯଶୋଦା ଦାସଙ୍କ ବାପା କହିଛନ୍ତି ଯେ, କେଉଁ କାରଣରୁ ଝିଅ ଆତ୍ମହତ୍ୟା କରିଛି ଆମେ ଜାଣିନୁ। କିନ୍ତୁ ବିବାହ କଥା ଉଠିଲେ ସେ ବହୁତ ବିରକ୍ତି ହୁଏ। ଘରର ଯେ କୌଣସି ସଦସ୍ୟ ବର ଖୋଜିବା କଥା ଉଠାଇଲେ ଯଶୋଦା ସଦା ବେଳେ ବିରକ୍ତ ପ୍ରକାଶ କରେ। ଦୁଇ ଦିନ ପୂର୍ବେ ଘରକୁ ୫ ହଜାର ଟଙ୍କା ପଠାଇଥିଲେ। ନୂଆ ଘର ତିଆରିରେ ସେ ୫ରୁ ୬ ଲକ୍ଷ ଟଙ୍କା ବାପାଙ୍କୁ ସାହାଯ୍ୟ କରିଥିଲେ। ତେବେ ପରିବାର ପକ୍ଷରୁ ଝିଅର ଆତ୍ମହତ୍ୟା ନେଇ ଏ ପର୍ଯ୍ୟନ୍ତ କୌଣସି ଅଭିଯୋଗ କରି ନାହାନ୍ତି। 

ଅନ୍ୟପଟେ ତାଙ୍କ ସାଙ୍ଗମାନଙ୍କ କହିବା କଥା ଗତ କିଛି ଦିନ ହେବ ଯଶୋଦା ମାନସିକ ଅବସାଦରେ ଥିଲେ। କୌଣସି ପ୍ରେମ ବ୍ୟାପାର ପାଇଁ ସେ ଚିନ୍ତାରେ ଥିଲେ। ଯେଉଁଥି ପାଇଁ ସେ ଆତ୍ମହତ୍ୟା କରିଥାଇ ପାରନ୍ତି। ତେବେ ତାଙ୍କର ମୋବାଇଲର କଲ ଡିଟେଲ୍ସ ଏବଂ ହ୍ଵାଟ୍ସଆପ୍ ଚାଟ୍ ଯାଞ୍ଚ କଲେ ତାଙ୍କ ଆତ୍ମହତ୍ୟାର କାରଣ ଜଣା ପଡ଼ିପାରେ ବୋଲି କୁହାଯାଉଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.