ବଲାଙ୍ଗୀର: ବଲାଙ୍ଗୀର ଲୋଇସିଂହା ବ୍ଲକରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବାଇକ ରାଲି। ଆଜି ପବିତ୍ର ରାମନବମୀ ସବୁଠି ଶ୍ରୀ ରାମଙ୍କ ଭବ୍ୟ ପୂଜାର୍ଚ୍ଚନା ସହ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଛି। ଏହି ଉପଲକ୍ଷେ ଲୋଇସିଂହା ସରଗାଡ଼ ସହ ବିଭିନ୍ନ ଗ୍ରାମରେ ମଧ୍ୟ ରାମନବମୀ ପୂଜାର୍ଚ୍ଚନା କରଯାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ ମୁକେଶ ମହାଳିଙ୍ଗ ବିଭିନ୍ନ ଗାଁ କୁ ଯାଇ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ।
ତେବେ ସବୁଠାରୁ ନିଆରା ଥିଲା ମନ୍ତ୍ରୀଙ୍କ ବାଇକ ରାଲି। ନିଜେ ବୁଲେଟରେ ସରଗାଡ଼ ଗାଁରେ ବାଇକ ଚଳାଇ ରାଲି ବାହାରି ତଲି ଉଡାର ଗାଁ ୧୦ ରୁ ୧୨ କିମି ରାସ୍ତା ପର୍ଯ୍ୟନ୍ତ ଯାଇଥିଲେ। ରାମ ନବମୀ ପାଇଁ ବାଇକ ରାଲିର କରାଯାଇଥିଲା ଆୟୋଜନ। ତାଙ୍କ ସହ ସାଙ୍ଗରେ ଥିଲେ ଶତାଧିକ ରାମ ଭକ୍ତ । ଏହି ସମୟରେ ଜୟ ଶ୍ରୀ ରାମ ନାରା ସହ ଭଜନ କୀର୍ତ୍ତନରେ ବାଇକ ରାଲି ବିଭିନ୍ନ ଗାଁ ବୁଲିଥିଲେ ମନ୍ତ୍ରୀ।
https://youtube.com/shorts/JWwjpfb67v4?si=rV3hgv8EodlCzNdN