କଳାଜଗତରେ ଶୋକର ଛାୟା, ଆଉ ନାହାନ୍ତି ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ସଲିମ ଅଖତର

Published By : Prameya-News7 Bureau | April 09, 2025 IST

ମୁମ୍ଵାଇ ୦୯।୦୪; ଅଭିନେତା ମନୋଜ କୁମାରଙ୍କ ଦେହାନ୍ତ ପରେ, ଫିଲ୍ମ ଇଣ୍ଡଷ୍ଟ୍ରିରୁ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଆଉ ନାହାନ୍ତି ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ସଲିମ ଅଖତର । ସେ ଗତକାଲି ଅର୍ଥାତ୍ ୮ ଏପ୍ରିଲ ମଙ୍ଗଳବାର ମୁମ୍ବାଇର କୋକିଲାବେନ ଧିରୁବାଇ ଅମ୍ବାନୀ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। 

ରିପୋର୍ଟ ଅନୁଯାୟୀ, ଫିଲ୍ମ ନିର୍ମାତା ସଲିମ ଅଖତର କିଛି ଦିନ ଧରି ଅସୁସ୍ଥ ଥିଲେ। ସେ ଗତ କିଛି ଦିନ ଧରି ମୁମ୍ବାଇର କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଭେଣ୍ଟିଲେଟରରେ ଥିଲେ। ଜୀବନ ଏବଂ ମୃତ୍ୟୁ ମଧ୍ୟରେ ଲଢ଼ୁଥିବା ସଲିମ ଅଖତର ଶେଷରେ ହାର ମାନି ଯାଇଥିଲେ । ହେଲେ ତାଙ୍କ ପରିବାର କିମ୍ବା କୌଣସି ନିକଟତର ସଦସ୍ୟ ଏପର୍ଯ୍ୟନ୍ତ କୋଣସି ସୂଚନା ଦେଇନାହାଁନ୍ତି। ରିପୋର୍ଟ ଅନୁସାରେ, ସଲିମଙ୍କୁ ଏପ୍ରିଲ ୯ ତାରିଖ ଦିନ ଅପରାହ୍ନ ୧.୩୦ ରେ ଅନ୍ତିମ ବିଦାୟ ଦିଆଯିବ।

କହିବାକୁ ଗଲେ ସଲିମ ଅଖତାର ହିନ୍ଦୀ ଚଳଚ୍ଚିତ୍ର ଶିଳ୍ପର ଜଣେ ପ୍ରବୀଣ ଚଳଚ୍ଚିତ୍ର ନିର୍ମାତା ଥିଲେ। ତାଙ୍କ ପ୍ରଯୋଜନା ସଂସ୍ଥା ଅଫତାବ ପିକ୍ଚର୍ସ ବ୍ୟାନରରେ 'କୟାମତ', 'ଲୋହା', 'ଚୋରୋଁ କି ବାରାତ', 'ବଟୱାରା', 'ବାଦଲ', 'ବାଜି' ଏବଂ 'ଇଜ୍ଜତ' ଭଳି ଅନେକ ଚଳଚ୍ଚିତ୍ର ନିର୍ମାଣ କରିଥିଲେ। ସଲିମ ଅଖତର ୧୯୯୭ ମସିହାରେ 'ରାଜା କି ଆୟେଗି ବାରାତ' ଫିଲ୍ମ ମାଧ୍ୟମରେ ରାଣୀ ମୁଖାର୍ଜୀଙ୍କୁ ଇଣ୍ଡଷ୍ଟ୍ରିକୁ ଆଣିଥିଲେ। ରାଣୀଙ୍କ ବ୍ୟତୀତ ସେ ତମନ୍ନା ଭାଟିଆଙ୍କୁ ମଧ୍ୟ ଇଣ୍ଡଷ୍ଟ୍ରିରେ ଲଞ୍ଚ କରିଥିଲେ। ଏହି ଫିଲ୍ମର ନାମ ଥିଲା 'ଚନ୍ଦା ସା ରୋଶନ ଚେହେରା'। ପ୍ରକାଶ ଥାଉକି, ଫିଲ୍ମ ନିର୍ମାତା ସଲିମ ଅଖତର ଶମା ଅଖତରଙ୍କୁ ବିବାହ କରିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.