ଭୁବନେଶ୍ୱର ୦୯/୦୪: ପ୍ରତାପ ଦେବଙ୍କ ଘରେ ଏକାଠି ହେଲେ ବିଜେଡି ନେତାମାନେ । ଏହାପୂର୍ବରୁ ଏକ ଘରୋଇ ହୋଟେଲ୍ ବି ବିଜେଡିର ବରିଷ୍ଠ ନେତାମାନେ ଏକାଠି ହୋଇ ଗୁପ୍ତ ବୈଠକ କରିଥିଲେ । ବୈଠକରେ ଅତନୁ ସବ୍ୟସାଚୀ ନାୟକ, ସଞ୍ଜୟଦାସ ବର୍ମା, ଦେବୀ ମିଶ୍ରଙ୍କ ଭଳି ନେତା ଏକାଠି ହୋଇଥିବା ସୂଚନା ମିଳିଛି । ବିଜେଡିରେ ଏବେ ବୈଠକ ପରେ ବୈଠକ ହେଉଛି ।
ବରିଷ୍ଠମାନେ ନବୀନଙ୍କ ନେତୃତ୍ୱକୁ ଶକ୍ତିଶାଳୀ କରିବାକୁ ଏହି ବୈଠକ କରାଯାଉଥିବା ନେଇ ପ୍ରତିକ୍ରିୟା ଦେଉଛନ୍ତି । ତେବେ ପ୍ରତାପ ଦେବଙ୍କ ବାସଭବନରେ କେଉଁ କାରଣରୁ ବୈଠକ ବସିଛି ଓ ତୁଙ୍ଗ ନେତାମାନେ କାହିଁକି ମେଳି ବାନ୍ଧିଛନ୍ତି ତାହାକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।
ଏହାପୂର୍ବରୁ ପଟିଆ ସ୍ଥିତ ହୋଟେଲରେ ବସିଥିଲା ବରିଷ୍ଠ ନେତାଙ୍କୁ ନେଇ ବୈଠକ । ବୈଠକ ବାବଦରେ କୌଣସି ବିଜେଡି ନେତା କ୍ୟାମେରା ଆଗରେ ସ୍ପଷ୍ଟ ଭାବରେ ମୁହଁ ଖୋଲୁ ନାହାନ୍ତି । ୱାକଫ ବିଲ ଭୋଟକୁ ନେଇ ଦଳୀୟ ନେତା ଭାଗ ଭାଗ ହୋଇଥିବାବେଳେ, ନବୀନଙ୍କ ନେତୃତ୍ବକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଥିଲେ କିଛି ବରିଷ୍ଠ ନେତା । ମୋଟ୍ ଉପରେ, ୱାକଫ ବିଲ ସମର୍ଥନରେ ବିଜେଡି ସାଂସଦ ଭୋଟ ଦେବାକୁ ନେଇ ଉଠୁଛି ପଡୁଛି ବିଜେଡି ରାଜନୀତି ।