ବାଇକ୍‌କୁ ଧକ୍କା ଦେଇ ଜଳିଗଲା ବସ୍, ଆରୋହୀ ମୃତ

Published By : Prameya-News7 Bureau | October 14, 2024 IST

ଚଣ୍ଡିଖୋଲ ୧୪।୧୦ : ବାଇକ୍‌କୁ ଧକ୍କା ଦେଇ ଜଳିଗଲା ବସ୍‌ । ଯାଜପୁର ୧୬ ନମ୍ବର ଜାତୀୟ ରାଜପଥ ଛତିଆ ନିକଟରେ ବାଇକ୍‌ ସହ ଧକ୍କା ପରେ ଜଳିଗଲା ବସ୍‌ । ଏହି ଦୁର୍ଘଟଣାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଦୁଇ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । 

ଖବର ଅନୁଯାୟୀ, ଚକାଡୋଳା ନାମକ ଏକ ଘରୋଇ ବସ୍‌ଟି ବାରିପଦାରୁ ଭୁବନେଶ୍ୱର ଅଭିମୁଖେ ବେଳେ ଆସୁଥିଲା । ହେଲେ ୧୬ ନମ୍ବର ଜାତୀୟ ରାଜପଥ ଛତିଆ ନିକଟରେ ଏକ ବାଇକ୍‌କୁ ଧକ୍କା ଦେଇଥିଲା । ଯାହାଫଳରେ ବାଇକ୍‌ ଆରୋହୀଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । 

ସେପଟେ ଦୁର୍ଘଟଣା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ କରିଥିଲା । ଶେଷରେ ଦୀର୍ଘ ସମୟ ଧରି ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଛି ଅଗ୍ନିଶମ ବାହିନୀ । ହେଲେ ବସ୍‌ଟି ପୁରା ଜଳି ପୋଡି ପାଉଁଶ ହୋଇଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.