ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ପ୍ରସ୍ତୁତ, ପ୍ରଶାସନର ନିର୍ଦ୍ଦେଶକୁ ଅପେକ୍ଷା

Published By : Prameya-News7 Bureau | October 23, 2024 IST

ଯାଜପୁର ୨୩।୧୦: ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ବାତ୍ୟା ପୂର୍ବ ଏବଂ ପରବର୍ତ୍ତୀ ସ୍ଥିତିର ମୁକାବିଲା ପାଇଁ ଅଗ୍ନିଶମ ବାହିନୀର ଏକ ବଡ଼ ଭୂମିକା ରହିଥାଏ । ବିଶେଷ କରି ବାତ୍ୟା ପରବର୍ତ୍ତୀ ସମୟରେ ରାସ୍ତାରେ ଗଛ ପଡ଼ି ଅବରୋଧ ହେବା ସମ୍ଭାବନା ରହିଛି । ତାକୁ ତୁରନ୍ତ ପରିଷ୍କାର କରିବା ପ୍ରଥମେ ପ୍ରାଥମିକତା ରହିଛି । ଏହିକ୍ରମରେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ପକ୍ଷରୁ ସମସ୍ତ ଉପକରଣକୁ ପ୍ରସ୍ତୁତ ରଖାଯିବା ସହ ୨ଟି ଟିମ୍ ଗଠନ କରାଯାଇଛି । ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ କର୍ମଚାରୀ ମାନେ ପ୍ରସ୍ତୁତ ଥିବା ବେଳେ ପ୍ରଶାସନର ନିର୍ଦ୍ଦେଶକୁ ଅପେକ୍ଷା କରାଯାଇଛି । ଏନେଇ ଚଣ୍ଡିଖୋଲ ଅଗ୍ନିଶମ ବାହିନୀର ଅଧିକାରୀ ସନ୍ତୋଷ ସ୍ୱାଇଁ ସୂଚନା ଦେଇଛନ୍ତି ।  

You Can Read:

ବାତ୍ୟା ‘ଦାନା’ ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ, ଜିରୋ କାଜୁଆଲିଟିକୁ ଦିଆଯାଉଛି ଗୁରୁତ୍ବ: ସ୍ବାସ୍ଥ୍ୟମନ୍ତ୍ରୀ

  • odisha
  • OdishaNews
  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.