ଚଣ୍ଡିଖୋଲ ୨୮।୧୧ : ଯାଜପୁର ଜିଲ୍ଲା ଏନ୍ଏଚ୍ ୧୬ ଚଣ୍ଡିଖୋଲ ଛକ ନିକଟ ନେଉଳପୁର ରେଲଓ୍ୱେ ଓଭରବ୍ରିଜ୍ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଏକ ଡମ୍ପରକୁ ପିଟିଛି ଆମ୍ବୁଲାନ୍ସ । ଯାହାଫଳରେ ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ତିନି ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, ପଶ୍ଚିମବଙ୍ଗରୁ ଏକ ଆମ୍ବୁଲାନ୍ସଟି ରୋଗି ନେଇ ଭୁବନେଶ୍ୱର ଅଭିମୁଖେ ଆସୁଥିଲା । ଜାତୀୟ ରାଜପଥ ୧୬ ଚଣ୍ଡିଖୋଲ ନିକଟ ନେଉଳପୁର ରେଲଓ୍ୱ ଓଭରବ୍ରିଜ୍ ନିକଟରେ ଏକ ଡମ୍ପର ଛିଡା ହୋଇଥିଲା । ଏହି ସମୟରେ ପଛରୁ ଆସୁଥିବା ଆମ୍ବୁଲାନ୍ସଟି ଡମ୍ପରକୁ ଜୋରଦାର ଧକ୍କା ଦେଇଥିଲା । ଯାହାଫଳରେ ଆମ୍ବୁଲାନ୍ସରେ ଥିବା ଚାରି ଜଣଙ୍କର ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବାକି ତିନି ଜଣ ଗୁରୁତର ହୋଇଛନ୍ତି ।
ସେପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ ଚଣ୍ଡିଖୋଲ ଅଗ୍ନିଶନ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରିଥିଲେ । ବାକି ସ୍ଥାନୀୟ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି । ତେବେ ଡ୍ରାଇଭରଙ୍କ ଆଖି ଲାଗି ଯାଇଥିବା ଏପରି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି ।