ଯାଜପୁର ୨୬/୧୧: ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ଘଟଣା । ଦ୍ବିତୀୟ ଦିନରେ କ୍ରାଇମବ୍ରାଞ୍ଚର ତନାଘନା । ଯାଞ୍ଚ ହେବ ଥାନାର ସିସିଟିଭି । ସୋମବାର ସ୍ପଟରେ ପହଞ୍ଚି ତଥ୍ୟ ପ୍ରମାଣ ଘାଣ୍ଟିଥିଲା ଟିମ୍ । ମଙ୍ଗଳବାର ଟାଉନ ଥାନାରେ ସିସିଟିଭି ଯାଞ୍ଚ କରାଯିବ । ୧୬ଟି ମାମଲାରେ ଏବେ ସୁଦ୍ଧା ପୋଲିସ ୧୯ ଜଣଙ୍କୁ ଉଠାଇ ସାରିଲାଣି । ଏତଲାରେ ଥିବା ଅନ୍ୟ ବ୍ୟକ୍ତିଙ୍କୁ କେବେ ଉଟାଇବ ତାକୁ ନେଇ ପ୍ରଶ୍ନ ଉଠିଛି । ସେପଟେ ପୂର୍ବତନ ବିଧାୟକ ଭବ ପ୍ରସାଦ ଦାସଙ୍କ ନାଁରେ ୩ଟି ମାମଲା ଯୋଡ଼ି ହୋଇଥିବାବେଳେ ଭବଙ୍କ ପାଇଁ ବେଲ୍ ଆବେଦନ କରାଯାଇଥିଲା । ଯାହାକୁ ନାମଞ୍ଜୁର କରିଦେଇଛନ୍ତି SDJM କୋର୍ଟ । ବିଧାୟକଙ୍କୁ ଆକ୍ରମଣ ହୋଇଥିବା ସ୍ଥାନରେ ସିସିଟିଭି ନଥିବାରୁ ଘଟଣାର ରହସ୍ୟ ଭେଦିବା କ୍ରାଇମବ୍ରାଞ୍ଚ ପାଇଁ ଚ୍ୟାଲେଞ୍ଜ ହୋଇପାରେ ।
ମୁଁ ଜଣେ ଗୁରୁ ଓ ମାର୍ଗଦର୍ଶକଙ୍କୁ ହରାଇଲି...ମନମୋହନ...