ବାତ୍ୟା ‘ଦାନା’ ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ, ଜିରୋ କାଜୁଆଲିଟିକୁ ଦିଆଯାଉଛି ଗୁରୁତ୍ବ: ସ୍ବାସ୍ଥ୍ୟମନ୍ତ୍ରୀ

Published By : Prameya-News7 Bureau | October 23, 2024 IST

ଭୁବନେଶ୍ବର ୨୩।୧୦: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା ‘ଦାନା’ । ବୁଧବାର ସକାଳ ୫ଟା ୩୦ ମିନିଟ୍‌ରେ ଗଭୀର ଅବପାତଟି ବାତ୍ୟାରେ ପରିଣତ ହୋଇଛି । ଉତ୍ତର ପଶ୍ଚିମ ଦିଗକୁ ଏହାର ଗତି ରହିଛି । ଗୁରୁବାର ସକାଳ ସୁଦ୍ଧା ଏହା ଭୀଷଣ ବାତ୍ୟାରେ ପରିଣତ ହେବ । ୨୪ ରାତିରୁ ୨୫ ସକାଳ ଭିତରେ ସ୍ଥଳଭାଗ ଅତିକ୍ରମ କରିବ ।

ତେବେ ବାତ୍ୟା ‘ଦାନା’ ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି । ପ୍ରଭାବିତ ଜିଲ୍ଲା ଗୁଡିକରେ ସିଡିଏମ୍‌ଓ ମାନଙ୍କୁ ନର୍ଦ୍ଦେଶ ଦିଆଯାଇଛି । ଆଶୁ ଚିକିତ୍ସା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବେ । ସାପ କାମୁଡା ଇଞ୍ଜେକ୍ସନ ସହ ସମସ୍ତ ପ୍ରକାର ସେବା ଦେବାକୁ ଆଲର୍ଟ ରହିବେ । ଡାକ୍ତର ମାନଙ୍କର ଛୁଟି ମଧ୍ୟ ବାତିଲ ହୋଇଛି । ମୁଖ୍ୟମନ୍ତ୍ରୀ ନିଜେ ସବୁ ମନିଟରିଂ କରୁଛନ୍ତି । ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଜରୁରୀକାଳୀନ ପରିସ୍ଥିତିରେ ତୁରନ୍ତ ଲୋକ ମାନଙ୍କ ପାଖରେ ସେବା ପହଞ୍ଚାଇବେ । ଜିରୋ କାଜୁଆଲିଟିକୁ ଗୁରୁତ୍ବ ଦିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।


You Can Read:

୨୪ ରାତି ଓ ୨୫ ସକାଳ ସୁଦ୍ଧା ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା : ମନୋରମା ମହାନ୍ତି

 

  • odisha
  • OdishaNews
  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.