୨୪ ରାତି ଓ ୨୫ ସକାଳ ସୁଦ୍ଧା ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା : ମନୋରମା ମହାନ୍ତି

Published By : Prameya-News7 Bureau | October 23, 2024 IST

ଭୁବନେଶ୍ବର ୨୩।୧୦: ବାତ୍ୟାର ରୂପ ନେଲା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ । ୨୪ ତାରିଖରେ ଭୀଷଣ ବାତ୍ୟାର ରୂପ ନେଇ ଉପକୂଳ ଅତିକ୍ରମ କରିବାର ସମ୍ଭାବନା । ଗୁରୁବାର ସନ୍ଧ୍ୟାରେ ବାତ୍ୟା ‘ଦାନା’ ଓଡ଼ିଶା ଉପକୂଳରେ ପହଞ୍ଚିବାର ସମ୍ଭାବନା । ୨୪ ରାତି ଓ ୨୫ ସକାଳ ସୁଦ୍ଧା ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି । ପୁରୀ ଓ ସାଗର ଦ୍ବୀପ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବା ସମ୍ଭାବନା ରହିଛି । 

ବାତ୍ୟା ‘ଦାନା’ ଏବେ ପାରାଦୀପ ଠାରୁ ୫୬୦ କି.ମି. ଦକ୍ଷିଣ-ପୂର୍ବରେ ରହିଛି । ସାଗର ଦ୍ବୀପ ଠାରୁ ୬୩୦ କି.ମି. ଦକ୍ଷିଣ ଦକ୍ଷିଣ-ପୂର୍ବ ଦିଗରେ ରହିଛି ଏବଂ ବାଂଲାଦେଶ ଖେପୁପରା ଠାରୁ ୬୬୦ କି.ମି. ଦକ୍ଷିଣ ଦକ୍ଷିଣ-ପୂର୍ବରେ ରହିଛି । ଏହା ଉତ୍ତର ପଶ୍ଚିମ ଦିଗକୁ ଗତି କରିବ । ଏହା ଘନୀଭୂତ ହୋଇ ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବାର ସମ୍ଭାବନା ରହିଛି । ଏହା ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଗୁରୁବାର ସକାଳ ସୁଦ୍ଧା ପହଞ୍ଚିବାର ସମ୍ଭାବନା ଅଛି । ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି ।

ଲ୍ୟାଣ୍ଡଫଲ୍ ସମୟରେ ପବନର ଗତି ରହିବ ୧୦୦ରୁ ୧୧୦ କି.ମି. । ଝଟକା ପବନର ବେଗ ରହିବ ୧୨୦ କି.ମି. । ସମୁଦ୍ରରେ ଜୁଆର ରହିବ । ସମୁଦ୍ର ଭିତରକୁ ମତ୍ସ୍ୟଜୀବୀଙ୍କୁ ଯିବା ପାଇଁ ବାରଣ କରାଯାଇଛି । ୨୪ ଓ ୨୫ ତାରିଖରେ ବଢ଼ିବ ପବନର ବେଗ । ୪ ଜିଲ୍ଲାରେ ୧୦୦ରୁ ୧୧୦ କି.ମି. ବେଗରେ ପବନ ବହିବ । ଜଗତସିଂହପୁର, କେନ୍ଦ୍ରାପଡ଼ାରେ ୧୦୦ରୁ ୧୧୦ କି.ମି. ପବନ ବହିବ । ଭଦ୍ରକ ଓ ବାଲେଶ୍ବର ଜିଲ୍ଲାରେ ୧୦୦ରୁ ୧୧୦ ପବନ ବହିବ । ମୟୂରଭଞ୍ଜରେ ପବନର ବେଗ ରହିବ ୮୦ରୁ ୯୦ କି.ମି. ରହିବ । ପୁରୀ, କଟକରେ ୬୦ରୁ ୮୦କି.ମି. ରହିବ ପବନ । ୪ ଜିଲ୍ଲାରେ ୬୦ରୁ ୭୦ କି.ମି. ବେଗରେ ବୋହିବ ପବନ । ୪ ଜିଲ୍ଲା ଖୋର୍ଦ୍ଧା, ଯାଜପୁର, ଢେଙ୍କାନାଳ ଓ କେନ୍ଦୁଝର, ସୁନ୍ଦରଗଡ଼ ଓ ଦକ୍ଷିଣ ଝାଡ଼ଖଣ୍ଡରେ ୫୦ କି.ମି. ପବନ ବହିବ । ୬ ଜିଲ୍ଲାରେ ୪୦ରୁ ୫୦ କି.ମି. ରହିବ ପବନର ବେଗ । ଅନୁଗୋଳ, ଗଞ୍ଜାମ, ନୟାଗଡ଼, ବୌଦ୍ଧ, ସମ୍ବଲପୁର ଓ ଦେବଗଡ଼ରେ ୪୦ରୁ ୫୦ କି.ମି. ପବନ ।


You Can Read:

ବଙ୍ଗୋପସାଗରରେ ସୃଷ୍ଟି ହେଲା 'ଦାନା' !, ପାରାଦୀପ ରାଡାରକୁ ଆସିଲା ବାତ୍ୟାର ଚିତ୍ର

 

 

  • odisha
  • OdishaNews
  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.