ଲମତାପୁଟ ୨୩/୧୨: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକରେ ଦୁଇଦିନ ଲଗାଣ ବର୍ଷା ପରେ ପୁଣି ଫେରିଛି ଶୀତ । ଅଳ୍ପ ପରିମାଣର ଶୀତ ଅନୁଭୂତ ହେଉଥିଲେ ସାରା ଅଞ୍ଚଳକୁ ଢାଙ୍କି ରଖିଛି କୁହୁଡି । ଦୁଇ ଦିନ ଧରି ମେଘୁଆ ପାଗ ସହ ଝିପି ଝିପି ବର୍ଷା ହେବା ସକାଶେ ଶୀତ ପ୍ରକୋପ କମି ଯାଇଥିଲା ।
ହେଲେ ଧୀରେ ଧୀରେ ଶୀତ ପ୍ରକୋପ ବଡିବା ସହ ପାରଦ ଖସିବାରେ ଲାଗିଛି । ଦିନ ଦଶଟା ପର୍ଯ୍ୟନ୍ତ ସାରା ଅଞ୍ଚଳକୁ କୁହୁଡି ଢାଙ୍କି ରହୁଛି । ରାସ୍ତାର ୧୦ ମିଟର ଦୂରତା ପରେ କିଛି ବି ଦେଖାଯାଉନି । ପାଣିପାଗ ଅଚାନକ ପରିବର୍ତ୍ତନ ସକାଶେ ସ୍ୱାସ୍ଥ ସମସ୍ୟା ଉପୁଜିବା ସହ ଚାଷବାସ କ୍ଷେତ୍ରରେ ବହୁ ଅସୁବିଧାର ସମୁଖୀନ ହୋଇଛନ୍ତି ଅଞ୍ଚଳ ବାସୀ ।