ଭୁବନେଶ୍ୱର ୦୨।୦୧ : ସ୍ଥିତି ପରଖିଲେ ମନ୍ତ୍ରୀ । ପ୍ରବାସୀ ଭାରତୀୟ ଦିବସ ପୂର୍ବରୁ ରାଜଧାନୀରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ସମୀକ୍ଷା କରିଛନ୍ତି । ମନ୍ତ୍ରୀଙ୍କ ସହିତ ବିଏମ୍ସି କମିଶନର, ବିଡିଏ ଭିସିଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଛନ୍ତି ।
ଆସନ୍ତା ୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି ପ୍ରବାସୀ ଭାରତୀୟ ଦିବସ । ଏହା ତିନି ଦିନ ଅର୍ଥାତ ୮ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଆଉ ଏଥି ପାଇଁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଉଚ୍ଛେଦ କାମ ଚାଲିଛି । ତେବେ ପ୍ରବାସୀ ଭାରତୀୟ ଦିବସ ପୂର୍ବରୁ ରାଜଧାନୀରେ ଗୃହ ଓ ନଗର ଉନ୍ନୟମ ମନ୍ତ୍ରୀ ସମୀକ୍ଷା କରିଛନ୍ତି । ଗୁରୁବାର ସକାଳୁ ସକାଳୁ ରାଜଧାନୀର ବିଭିନ୍ନ ଛକରେ ରାସ୍ତା ଅବସ୍ଥା ବୁଲି ଦେଖିଛନ୍ତି ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ।