ଭୁବନେଶ୍ବର ୩୧।୧୨: ଦିନକ ପରେ ନୂଆବର୍ଷ । ସବୁଠୁ ପ୍ରସ୍ତୁତି ଜୋରଦାର । ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ ମଧ୍ୟ ବିଭିନ୍ନ ସ୍ଥାନରେ ଜୋରଦାର ପ୍ରସ୍ତୁତି କରାଯାଇଛି । ତେବେ ଜିରୋ ନାଇଟ୍ ସେଲିବ୍ରେସନ୍ ବେଳେ ମଦୁଆଙ୍କ ଉପରେ କଡ଼ା ନଜର ରଖିବେ ସରକାର । ମଦ୍ୟପାନ ଜନିତ କୌଣସି ପ୍ରକାର ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । ଅସ୍ଥାୟୀ ବାର୍ ଖୋଲିବା ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଛନ୍ତି ସରକାର । ବେଆଇନ ମଦ କାରବାର ଉପରେ ଗତ ୨୭ ତାରିଖରୁ ଚଢ଼ାଉ ଚାଲିଛି । ଅନେକ ସ୍ଥାନରେ ମଦ ଜବତ କରାଯିବା ସହ ବେଆଇନ ମଦ ବେପାରୀଙ୍କୁ ଗିରଫ ମଧ୍ୟ କରିଛି ଅବକାରୀ ବିଭାଗ । ପୁରା ଓଡ଼ିଶାରେ ପୋଲିସ, ଅବକାରୀ ବିଭାଗ ମିଳିତ ଭାବେ ଏହି ପ୍ରକ୍ରିୟା ଚଳାଇଛନ୍ତି ।
ନୂଆବର୍ଷରେ ବେଆଇନ ମଦ କାରବାର ସମ୍ପୂର୍ଣ୍ଣ ବନ୍ଦ ପାଇଁ ଆହୁରି କଠୋର ହେବେ ରାଜ୍ୟ ସରକାର । ପ୍ରତି ଜିଲ୍ଲାରେ ରହିବେ ସ୍ପେଶାଲ ଏନଫୋର୍ସମେଣ୍ଟ ଟିମ୍ । ଜିଲ୍ଲାରେ କୌଣସି ଜାଗାରେ ଯେମିତି ଚୋରା ମଦ ବିକ୍ରି ନହେବ, ତାହାର ଟାର୍ଗେଟ ନେଇ ଏନଫୋର୍ସମେଣ୍ଟ ଟିମ୍ କାର୍ଯ୍ୟ କରିବ । ଜବତ ହେଉଥିବା ଗାଡ଼ି ଗୁଡ଼ିକୁ ସରକାର ସମ୍ପୂର୍ଣ୍ଣ ବାଜ୍ୟାପ୍ତି କରିବେ ବେଲି ଆଇନ ମନ୍ତ୍ରୀ କହିଛନ୍ତି ।
You Can Read:
ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ସାବେରୀ ହଷ୍ଟେଲରେ ଅଗ୍ନିକାଣ୍ଡ : ପୋଡ଼ିଗଲା ଛାତ୍ରୀଙ୍କ ପୋଷାକ ସହ ବହିପତ୍ର