ୟୁପି, ପଞ୍ଜାବ, କେରଳରେ ଉପନିର୍ବାଚନ ତାରିଖ ବଦଳିଲା, ଏହି ଦିନ ହେବ ଭୋଟ

Published By : Prameya-News7 Bureau | November 04, 2024 IST

ନୂଆଦିଲ୍ଲୀ ୦୪/୧୧: ଉତ୍ତରପ୍ରଦେଶ ସମେତ ୩ଟି ରାଜ୍ୟରେ ହେବାକୁ ଥିବା ଉପ-ନିର୍ବାଚନର ତାରିଖ ପରିବର୍ତ୍ତନ କରିଛନ୍ତି ନିର୍ବାଚନ ଆୟୋଗ । ୩ଟି ରାଜ୍ୟରେ ନଭେମ୍ବର ୧୩ରେ ଭୋଟ୍ ହୋଇଥାନ୍ତା । କିନ୍ତୁ ଭାରତୀୟ ଜନତା ପାର୍ଟି ସମେତ ବହୁ ପ୍ରମୁଖ ଦଳର ଦାବି ପରେ ଆୟୋଗ ଭୋଟ୍ ତାରିଖରେ ପରିବର୍ତ୍ତନ କରିଛନ୍ତି । ବର୍ତ୍ତମାନ ୨୦ନଭେମ୍ବରରେ ଏଠାରେ ଭୋଟ୍ ଅନୁଷ୍ଠିତ ହେବ । ନଭେମ୍ବର ୨୩ରେ ଭୋଟ୍ ଗଣନା ହେବ । 

ସୂଚନା ଥାଉକି, ବିଭିନ୍ନ ପର୍ବପର୍ବାଣୀ ଯୋଗୁଁ ଉତ୍ତରପ୍ରଦେଶ, କେରଳ ଏବଂ ପଞ୍ଜାବର ଅନେକ ବିଧାନସଭା ଆସନ ପାଇଁ ଉପ-ନିର୍ବାଚନ ଲାଗି ନଭେମ୍ବର ୧୩ ପରିବର୍ତ୍ତେ ନଭେମ୍ବର ୨୦ରେ ଅନୁଷ୍ଠିତ ହେବ। ଭାରତୀୟ ଜନତା ପାର୍ଟି (କଂଗ୍ରେସ), କଂଗ୍ରେସ, ବହୁଜନ ସମାଜ ପାର୍ଟି (ବିଏସପି), ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି) ଏବଂ ଅନ୍ୟାନ୍ୟ ଜାତୀୟ ତଥା ରାଜ୍ୟ ସ୍ତରୀୟ ଦଳର ଅନୁରୋଧ କ୍ରମେ ଆୟୋଗ ତାରିଖ ବଦଳାଇଛନ୍ତି । 

ରାଜନୈତିକ ଦଳ ମାନଙ୍କର ଡର ଥିଲା କି, ନଭେମ୍ବର ୧୩ରେ ନିର୍ବାଚନ ହେଲେ ଖୁବ୍ କମ୍ ପ୍ରତିଶତ ମତଦାନ ହେବ । ଏସବୁ ବିଚାର କରିବାକୁ ଅନୁରୋଧ କରିଥିଲେ ସବୁ ଦଳ । ଉତ୍ତରପ୍ରଦେଶର ୧୦ ଟି ଖାଲି ସିଟ୍ ମଧ୍ୟରୁ ୯ଟି ଆସନରେ ନିର୍ବାଚନ ହେବାକୁ ଥିବାବେଳେ ପଞ୍ଜାବରେ ଉପ-ନିର୍ବାଚନ ସମୟରେ ୪ ଟି ବିଧାନସଭା ଆସନରେ ଭୋଟ୍ ହେବ । ଏହା ବ୍ୟତୀତ ୱାୟାନାଡ ଲୋକସଭା ଆସନ ବ୍ୟତୀତ କେରଳର ୨ ଟି ବିଧାନସଭା ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ।

ନିର୍ବାଚନ ଆୟୋଗ ଦ୍ୱାରା ଘୋଷିତ ପୂର୍ବ ତାରିଖ ଅନୁଯାୟୀ ୩ଟି ରାଜ୍ୟ ସମେତ ମୋଟ ୧୫ଟି ରାଜ୍ୟର ୪୮ଟି ଖାଲି ବିଧାନସଭା ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହା ବ୍ୟତୀତ ଦୁଇଟି ଖାଲି ପଡିଥିବା ଲୋକସଭା ଆସନରେ ଭୋଟ୍ ହୋଇଥାନ୍ତା । ଏଥିପାଇଁ ୧୩ ନଭେମ୍ବରରେ ଭୋଟ୍ ତାରିଖ ସ୍ଥିର କରାଯାଇଥିଲା । କିନ୍ତୁ ୟୁପି, ପଞ୍ଜାବ ଏବଂ କେରଳରେ ଉତ୍ସବର ଋତୁ ହେତୁ ତାରିଖ ବଦଳାଇବାକୁ ପଡିଛି । 

ଉପ-ନିର୍ବାଚନ ହେବାକୁ ଥିବା ଦୁଇଟି ଖାଲି ଲୋକସଭା ଆସନ ମଧ୍ୟରେ କେରଳରେ ୱାୟନାଡ ଲୋକସଭା ଆସନ ଅଛି । ଯେଉଁଠି ଜୁନ୍ ମାସରେ ହୋଇଥିବା ଲୋକସଭା ନିର୍ବାଚନ ଫଳାଫଳରେ ରାହୁଲ ଗାନ୍ଧୀ ରାଏବରେଲି ଆସନ ବଜାୟ ରଖିବାବେଳେ ୱାୟନାଡ ଆସନ ଛାଡିଥିଲେ । କଂଗ୍ରେସ ବର୍ତ୍ତମାନ ରାହୁଲଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଏଠାରୁ ପ୍ରାର୍ଥୀ  କରିଛି। ଏହା ବ୍ୟତୀତ ମହାରାଷ୍ଟ୍ରର ନାନ୍ଦେଡ ଆସନରେ ଉପ-ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେଉଛି । ସାଂସଦ ବସନ୍ତ ରାଓ ଚୌହ୍ୱାନଙ୍କ ମୃତ୍ୟୁ ପରେ ଖାଲି ପଡିଛି ଆସନ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.