ବାଇଜୁସ୍‌ର ବଡ଼ ଘୋଷଣା, ୬ ମାସ ମଧ୍ୟରେ କରିବ ସବୁ ଋଣ ପରିଶୋଧ

Published By : Prameya-News7 Bureau | September 11, 2023 IST

ନୂଆଦିଲ୍ଲୀ: ଋଣ ଭାର ସହ ଜୁଝୁଥିବା ବାଇଜୁସ୍‌ର ତରଫରୁ ଏକ ଆଶ୍ଚର୍ଯ୍ୟକର ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ଖାସ୍‌ କରି ବାଇଜୁସ୍‌କୁ ଲୋନ୍ ଦେଇଥିବା ଋଣଦାତାଙ୍କୁ । ପ୍ରକୃତରେ କମ୍ପାନି ହଠାତ୍‌ ଏହାର ଋଣଦାତାଙ୍କୁ, ନେଇଥିବା ସବୁ ଋଣ ପରିଶୋଧ କରିଦେବ ବୋଲି କହିଛି । କମ୍ପାନି କହିଛି ୬ ମାସ ମଧ୍ୟରେ, ନେଇଥିବା ୧.୨ ବିଲିୟନ ଡଲାରର ସବୁ ଲୋନ୍‌ ପରିଶୋଧ କରିଦେବ ।

ବ୍ଲୁମବର୍ଗକୁ ସୂଚନା ଦେଇଥିବା ବ୍ୟକ୍ତିଙ୍କ ଅନୁଯାୟୀ, ଯଦି ବାଇଜୁସ୍‌(Byju's)ର ପ୍ରସ୍ତାବକୁ ଋଣଦାତାମାନେ ସ୍ବୀକାର କରୁଛନ୍ତି ତେବେ କମ୍ପାନି ତିନି ମାସ ମଧ୍ୟରେ ଫସିଥିବା ଋଣର ୩୦୦ ମିଲିୟନ ଡଲାର ପରିଶୋ କରିଦେବ। ଆଉ ଏହାପରେ ଆଉ ତିନି ମାସ ମଧ୍ୟରେ ବଳକା ଅର୍ଥ ପରିଶୋଧ କରିବ। ଏହି ଭାବରେ ୬ ମାସ ମଧ୍ୟରେ ନେଇଥିବା ସମସ୍ତ ଋଣ ପରିଶୋଧ କରିବ କମ୍ପାନି। ସୂଚନା ଅନୁଯାୟୀ, ଋଣଦାତା ବାଇଜୁସ୍‌ର ଏହି ପ୍ରସ୍ତାବର ରିଭ୍ୟୁ କରୁଛନ୍ତି ଏବଂ ପୁନଃପରିଶୋଧ (Repayment) କିଭଳି କରାଯିବ ଏହା ବିଷୟରେ ଅଧିକ ସୂଚନା ମାଗିଛନ୍ତି।

ଆହୁରି ପଢ଼ନ୍ତୁ:

ସୂଚନାଥାଉକି, ବାଇଜୁସ୍‌ ଏବଂ ଏହାର ଋଣଦାତା ପ୍ରାୟ ଏକ ବର୍ଷ ଧରି ବିବାଦରେ ଫସିଛନ୍ତି । ଏନେଇ ଋଣ ସମସ୍ୟାକୁ ସୁଧାରିବା ପାଇଁ ଅନେକ ଥର ଆଲୋଚନା ହୋଇଥିଲେବି ବିଫଳ ହୋଇଛି। ତେବେ ବର୍ତ୍ତମାନ ବାଇଜୁସ୍‌ ନେଇଥିବା ଲୋନ୍‌ର ସିଧାସଳଖ ପେମେଣ୍ଟ କରିବାକୁ ଚାହୁଛି, ଯାହାଦ୍ବାରା କମ୍ପାନି ଅଧିକ ସୁଧରୁ ବର୍ତ୍ତିପାରିବ। ତେବେ ଉଭୟ ପକ୍ଷ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତିରେ ପହଞ୍ଚିନାହାଁନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.