ଭୁଲ ଇଞ୍ଜେକ୍ସନ ନେଲା ମଡେଲଙ୍କ ଜୀବନ, ନିଦ୍ରାହୀନତା ପାଇଁ ଚିକିତ୍ସିତ ହେଉଥିଲେ

Published By : Prameya-News7 Bureau | June 23, 2025 IST

ନୂଆଦିଲ୍ଲୀ: ତାଇଓ୍ବାନର ଲୋକପ୍ରିୟ ମଡେଲ କେ ୟୁକ୍ସିନଙ୍କ ମୃତ୍ୟୁ ହୋଇଛି। ୩୦ ବର୍ଷୀୟ ୟୁକ୍ସିନ ଦୀର୍ଘ  ଦିନରୁ ନିଦ୍ରାହୀନତାରେ ପୀଡ଼ିତ ଥିଲେ। ଯାହାର ଚିକିତ୍ସା ପାଇଁ ସେ ସୁନାମଧନ୍ୟ ଡାକ୍ତର ‘ଲିପୋସକ୍ସନର ଗଡଫାଦର’ଙ୍କ ଠାରୁ କରାଇଥିଲେ। ଡାକ୍ତର ତାଙ୍କୁ ‘ମିଲ୍କ ଇଞ୍ଜେକ୍ସନ’ ଦେଇଥିଲେ। ମାତ୍ର ଏହା ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ସୂଚନା ଅନୁସାରେ, କେ ୟୁକ୍ସିନ ଅନେକ ଦିନରୁ ନିଦ୍ରାହୀନତାରେ ପୀଡ଼ିତ ଥିଲେ। ଏମିତିରେ ଜଣେ ବନ୍ଧୁଙ୍କ ପରାମର୍ଶରେ ଗତ ମାସ ୨୮ ତାରିଖରେ ସେ ତାଇପେଇର କେୟରୀ କ୍ଲିନିକରେ ଚିକିତ୍ସା ପାଇଁ ଯାଇଥିଲେ। ଏହି କ୍ଲିନିକର ଡାଇରେକ୍ଟର ବୁ ଶାଓହୂଙ୍କୁ ‘ଲିପୋସକ୍ସନର ଗଡଫାଦର’ ଭାବେ ପରିଚିତ। ତେବେ ସେ ୟୁକ୍ସିନଙ୍କୁ ‘ମିଲ୍କ ଇଞ୍ଜେକ୍ସନ’ ଦେଇ ଚାଲିଯାଇଥିଲେ ଏବଂ ଜଣେ ସହଯୋଗୀଙ୍କୁ ୟୁକ୍ସିନଙ୍କ ପାଖରେ ଛାଡ଼ିଦେଇଥିଲେ।

ମାତ୍ର ଶରୀରରେ ଆନାସ୍ଥିକର ମାତ୍ରା ଅଧିକ ହେବା କାରଣରୁ ୟୁକ୍ସିନଙ୍କୁ ହାର୍ଟ ଆଟାକ ଆସିଥିଲା। ଏକଥା ଜାଣିପାରି ସହଯୋଗୀ ଡାକ୍ତର ଶାଓହୂଙ୍କୁ ଭିଡିଓ କଲ କରିଥିଲେ, ଯେଉଁଥିରେ ଡାକ୍ତର ତାଙ୍କୁ ସିପିଆର ଦେବାକୁ କହିବା ସହ ନିଜେ ସେଠାରେ ପହଞ୍ଚିଥିଲେ। ହେଲେ ଏହା ପରେବି ୟୁକ୍ସିନଙ୍କ ହୃଦ ସ୍ପନ୍ଦନ ମନ୍ଥର ହୋଇଯାଇଥିଲା।ତେବେ ତାଙ୍କୁ ୧୮ ଦିନ ଧରି କୋମାରେ ରଖାଯିବାପରେବି ସ୍ବାସ୍ଥ୍ୟରେ କୌଣସି ସୁଧାର ହୋଇନଥିଲା। ଯାହା ପରେ ତାଙ୍କ ପରିବାର ତାଙ୍କୁ ଭେଣ୍ଟିଲେଟରୁ ହଟାଇବାକୁ କହିଥିଲେ। ଆଉ ଶେଷରେ ଜୁନ ୧୨ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା।

କ’ଣ ଏହି ମିଲ୍କ ଇଞ୍ଜେକ୍ସନ ?

ପ୍ରକୃତରେ ମିଲ୍କ ଇଞ୍ଜେକ୍ସନର ପ୍ରକୃତ ନାଁ ପ୍ରେପୋକେଲ। ଏହା ଏକ ଆନାସ୍ଥେଟିକ ଇଞ୍ଜେକ୍ସନ। ଏହାର ରଙ୍ଗ ଧଳା ହୋଇଥିବାରୁ ଏହାକୁ ମିଲ୍କ ଇଞ୍ଜେକ୍ସନ କୁହାଯାଏ। ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟ ଅନୁସାରେ, ୟୁକ୍ସିନଙ୍କୁ ଇଞ୍ଜେକ୍ସନ ଲଗାଇବାର କିଛି ସମୟ ପରେ ଆନାସ୍ଥେଟିକର ବଡ଼ ଡୋଜ ଦିଆଯାଇଥିଲା। ଯେଉଁଥିରେ ତାଙ୍କର ମୃତ୍ୟୁ ହୋଇଥିଲା।

ସେପଟେ ତାଇପେଇର ସ୍ଥାନୀୟ ପ୍ରଶାସନ ଡାକ୍ତରଙ୍କ ବିରୋଧରେ ଦାୟିତ୍ବହୀନତା ସହ ଚିକିତ୍ସାରେ ନିୟମର ଉଲ୍ଲଘଂନ ଅଭିଯୋଗ ଲଗାଇଛି। ତାଙ୍କ ବିରୋଧରେ ଯାଞ୍ଚ ଆରମ୍ଭ ହୋଇଛି। ତାଇଓ୍ବାନର ଆନାସ୍ଥେସିୟୋଲୋଜିଷ୍ଟ ଲାଇ ଜିୟାନୟୋଙ୍ଗ ଅନୁସାରେ ଏଭଳି ଘଟଣା ନିନ୍ଦନୀୟ। ଏଭଳି ମାମଲା ପ୍ରତି ବର୍ଷ ସାମ୍‌ନାକୁ ଆସୁଛି। କିଛି ଡାକ୍ତରଙ୍କ ପାଖରେ ମ୍ୟାନେଜମେଣ୍ଟ ଟ୍ରେନିଂ ନାହିଁ। ଯାହା ରୋଗୀଙ୍କ ଜୀବପ ପ୍ରତି ବିପଦ ସୃଷ୍ଟି କରୁଛି।

ଉଲ୍ଲେଖଯୋଗ୍ୟ, ୟୁକ୍ସିନଙ୍କ ସୋସିଆଲ ମିଡିଆରେ ହଜାରରୁ ଅଧିକ ଫଲୋଅର୍ସ ଅଛନ୍ତି। ଏମିତିରେ କେ ୟୁକ୍ସିନଙ୍କ ମୃତ୍ୟୁ ପେ ତାଙ୍କ ଫ୍ୟାନ୍ସଙ୍କୁ ଚକିତ କରିଛି। ସମସ୍ତେ ୟୁକ୍ସିନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ୟୁକ୍ସିନଙ୍କ ତୁଳନା ସବୁବେଳେ ଲୋକପ୍ରିୟ ଅଭିନେତ୍ରୀ ଲିନ ଚୀ-ଲିଙ୍ଗଙ୍କ ସହ କରାଯାଉଥିଲା। ଫ୍ୟାନ୍ସ ୟୁକ୍ସିନଙ୍କ ମୃତ୍ୟୁ ପାଇଁ ଦାୟୀ ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।କେ ୟୁକ୍ସିନ ନିଜ କାର ଶୋ ପାଇଁ ବେସ୍‌ ଲୋକପ୍ରିୟ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.