ଗୋଟିଏ ପରିବାରରେ ଦୁଇ ଜଣଙ୍କ ପାଇଁ ଅଲଗା ନିୟମ ହୋଇପାରିବ ନାହିଁ: ୟୁନିଫର୍ମ ସିଭିଲ କୋର୍ଡକୁ ନେଇ ଏପରି କହିଲେ ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | June 27, 2023 IST

ଭୋପାଳ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ଆଜି ମଧ୍ୟପ୍ରଦେଶରୁ ଅଭିଯାନ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଥିସହିତ ସମାନ ଆଚରଣ ସଂହିତା (ୟୁନିଫର୍ମ ସିଭିଲ କୋର୍ଡ) ଲାଗୁ କରିବାରେ ସପକ୍ଷରେ ପରୋକ୍ଷ ସମ୍ମତି ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ। ୟୁନିଫର୍ମ ସିଭିଲ୍ କୋଡ଼ ନାଁରେ ଲୋକଙ୍କୁ ଉସ୍‌କାଯାଉଛି। ଗୋଟିଏ ପରିବାର ପାଇଁ ନିୟମ ଅଲଗା ଅଲଗା ହେବା ଉଚିତ ନୁହେଁ। ଗୋଟିଏ ନିୟମ ରହିବା ଦରକାର ବୋଲି ମୋଦୀ କହିଛନ୍ତି।

ଭୋପାଳରେ ‘ମେରା ବୁଥ୍ ସବ୍‌ସେ ମଜବୁତ୍‌’ କାର୍ଯ୍ୟକ୍ରମରେ ଯୋଗ ଦେଇ ମୋଦୀ କହିଛନ୍ତି ଯେ ବିଜେପି ତୁଷ୍ଟିକରଣ ରାଜନୀତି କିମ୍ବା ଭୋଟ ବ୍ୟାଙ୍କ ନୀତି ରାସ୍ତାରେ ଯିବ ନାହିଁ। ବିଜେପି ସନ୍ତୁଷ୍ଟୀକରଣ ରାସ୍ତା ବାଛିବ। ସେ କହିଛନ୍ତି “ସୁପ୍ରିମକୋର୍ଟ ବି ୟୁନିଫର୍ମ ସିଭିଲ କୋଡ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି। କିନ୍ତୁ ଯେଉଁମାନେ ଭୋଟ୍‌ବ୍ୟାଙ୍କ ରାଜନୀତି କରୁଛନ୍ତି ସେମାନେ ଏହାକୁ ବିରୋଧ କରୁଛନ୍ତି। ଭାରତୀୟ ସମ୍ବିଧାନରେ ବି ଦେଶର ଲୋକଙ୍କ ପାଇଁ ସମାନ ଅଧିକାର ବିଷୟରେ ଉଲ୍ଲେଖ ରହିଛି। ବୋଲି ମୋଦୀ କହିିଛନ୍ତି।

ପଢ଼ନ୍ତୁ-ବିରୋଧୀ ଏକତା ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦୀ, କହିଲେ- ୨୦ ଲକ୍ଷ କୋଟି ଦୁର୍ନୀତିକାରୀ ଗୋଟିଏ ମଞ୍ଚରେ

wp:embed {"url":"https://twitter.com/narendramodi_in/status/1673593531418681344?s=20","type":"rich","providerNameSlug":"twitter","responsive":true}
https://twitter.com/narendramodi_in/status/1673593531418681344?s=20
/wp:embed

ସରକାର ତୁଷ୍ଟିକରଣ ବଦଳରେ ସନ୍ତୁଷ୍ଟିକରଣ ଦିଗରେ କାର୍ଯ୍ୟ କରୁଛନ୍ତି। ସମସ୍ତଙ୍କୁ ବିଜୁଳି ମିଳିବା ଦରକାର। ସମସ୍ତଙ୍କୁ ସମସ୍ତ ଅଧିକାରା ସମାନ ଭାବରେ ମିଳିବା ଦରକାର। ତେବେ ଭାରତୀୟ ମୁସ୍ଲିମ୍‌ ମାନେ ବୁଝି ସାରିଲେଣି ଯେ କେଉଁ ଦଳମାନେ ସେମାନଙ୍କୁ ଉସ୍‌କାଇ ଲାଭ ଉଠାଉଛନ୍ତି। କିଛି ଲୋକ ଭୋଟ୍‌ ବ୍ୟାଙ୍କ ଓ ତୁଷ୍ଟି କରଣ କରି ଅନେକ ଜାତିର ଲୋକଙ୍କୁ ଉପେକ୍ଷା କରିଛନ୍ତି ବୋଲି ମୋଦୀ କହିଛନ୍ତି।

 ମୋଦୀ କହିଛନ୍ତି “ ଆମେ ଦେଖୁଛୁ ଯେ କିଛି ଲୋକ ୟୁନିଫର୍ମ ସିଭିଲ କୋଡ଼ ନାଁରେ ଲୋକଙ୍କ ଉସ୍‌କାଉଛନ୍ତି। ଯଦି ଗୋଟିଏ ପରିବାରର ଜଣଙ୍କ ପାଇଁ ଗୋଟିଏ ନିୟମ ଅନ୍ୟ ଜଣଙ୍କ ପାଇଁ ଆଉ ଏକ ନିୟମ ହେବ ତେବେ କଣ ସେ ଘର ଚାଲିପାରିବ?” ତେଣୁ ଏଭଳି ଦ୍ୱିମୁଖୀ ବ୍ୟବସ୍ଥା ହେଲେ ଦେଶ କେମିତି ଚାଲିବ ବୋଲି ମୋଦୀ ପ୍ରଶ୍ନ କରିଛନ୍ତି। ଯଦି ଆପଣଙ୍କର ପୁଅ ଝିଅ ଓ ନାତୀନାତୁଣୀଙ୍କର ଭଲ ଚାହୁଁଛନ୍ତି ତେବେ ବିଜେପିକୁ ଭୋଟ ଦିଅନ୍ତୁ ପରିବାରବାଦ ପାର୍ଟିକୁ ନୁହେଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

wp:embed {"url":"https://twitter.com/BJP4MP/status/1673605857974599681?s=20","type":"rich","providerNameSlug":"twitter","responsive":true}
https://twitter.com/BJP4MP/status/1673605857974599681?s=20
/wp:embed

ୟୁନିଫର୍ମ ସିଭିଲ କୋର୍ଡ ଅର୍ଥ ସବୁ ନାଗରିକଙ୍କୁ ଗୋଟିଏ ନିୟମରେ ବାନ୍ଧିବା। ଏହା କୌଣସି ଧାର୍ମିକ ସଂସ୍ଥା ସହ ଜଡ଼ିତ ନୁହେଁ। ରାମ ମନ୍ଦିର ନିର୍ମାଣ ଓ ଧାରା ୩୭୦ ଉଚ୍ଛେଦ ପରେ ଏବେ ୟୁସିସି(ୟୁନିଫର୍ମ ସିଭିଲ କୋଡ) ବିଜେପିର ମୂଳ ଲକ୍ଷ୍ୟ ରହିଛି।

wp:embed {"url":"https://twitter.com/BJP4MP/status/1673602609683263488?s=20","type":"rich","providerNameSlug":"twitter","responsive":true}
https://twitter.com/BJP4MP/status/1673602609683263488?s=20
/wp:embed

ସେହିପରି ଟ୍ରିପଲ ତଲାକ ନେଇ ମଧ୍ୟ ବିରୋଧୀଙ୍କୁ ଟାର୍ଗେଟ୍ କରିଛନ୍ତି ମୋଦୀ। ଯେଉଁମାନେ ଟ୍ରିପଲ ତଲାକକୁ ସମର୍ଥନ କରୁଥିଲେ ସେମାନେ ମୁସଲମାନ ଝିଅ ବୋହୂମାନଙ୍କ ଉପରେ ଅତ୍ୟାଚାର କରୁଥିଲେ। ଯଦି ଏହି ନିୟମ ଠିକ୍ ଥିଲା ତେବେ ପାକିସ୍ତାନ, କତାର ଓ ଅନ୍ୟ ମୁସ୍ଲିମ ଦେଶରେ କାହିଁକି ଏହାକୁ ହଟାଇ ଦିଆଗଲା? ଟ୍ରିପଲ ତଲାକ କେବଳ ଝିଅ ବୋହୂ ପାଇଁ ଅନ୍ୟାୟ ନଥିଲା। ଏଥିରେ ପୂରା ପରିବାର ନଷ୍ଟ ହୋଇଯାଉଥିଲା। ଯଦି ଟ୍ରିପଲ ତଲାକ ଇସ୍‌ଲାମର ଗୁରୁତ୍ୱପୂର୍ଣ୍ଣ ଥିଲା ତେବେ କତାର, ଜୋର୍ଡାନ ଇଣ୍ଡୋନେସିଆରେ ଏହାକୁ କାହିଁକି ବ୍ୟାନ୍ କରାଗଲା ବୋଲି ମୋଦୀ ପ୍ରଶ୍ନ କରିଛନ୍ତି।

ଆହୁରି ପଢ଼ନ୍ତୁ-ଭାଙ୍ଗିଲା ମୋହ, ବିଜେପି ଛାଡ଼ି ହାତ ଧରିଲେ ରାକେଶ ଗୁପ୍ତା, ଥିଲେ ସିନ୍ଧିଆଙ୍କ ଘନିଷ୍ଠ

wp:embed {"url":"https://twitter.com/BJP4MP/status/1673609419903619073?s=20","type":"rich","providerNameSlug":"twitter","responsive":true}
https://twitter.com/BJP4MP/status/1673609419903619073?s=20
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.