2023 World Cup : ୧୨ କ୍ରିକେଟର ଖେଳିପାରନ୍ତି ଶେଷ ଦିନିକିଆ ବିଶ୍ୱକପ୍‌, ଜାଣନ୍ତୁ ତାଲିକାରେ ଅଛନ୍ତି କିଏ ?

Published By : Prameya-News7 Bureau | August 14, 2023 IST

ମୁମ୍ବାଇ ୧୪।୦୮ :  ଭାରତରେ ଖେଳାଯିବ ୨୦୨୩ କ୍ରିକେଟ୍‌ ଦିନିକିଆ ବିଶ୍ୱକପ୍‌ । ଏହି ବିଶ୍ୱକପ୍‌ ପୂର୍ବରୁ ସବୁ ଟିମ୍‌ କରୁଛନ୍ତି ଜୋରଦାର ଅଭ୍ୟାସ । ଆଉ ଲାଗିପଡିଛନ୍ତି କିପରି ହାତେଇବେ ଟ୍ରଫି । କିନ୍ତୁ କ୍ରୀଡାପ୍ରେମୀଙ୍କ ଲାଗିପାରେ ଝଟ୍‌କା । କାହିଁକି ନା କିଛି ଖେଳାଳିଙ୍କୁ ଏହି ବିଶ୍ୱକପ ପରେ ଆଉ ଖେଳୁଥିବାର ଦେଖିବାକୁ ମିଳିବନି । ଅବସର ନେଇପାରନ୍ତି ଏହିସବୁ ଖେଳାଳି ।

ତେବେ ଆସନ୍ତୁ ଜାଣିବା କେଉଁ ସବୁ ଖେଳାଳି ୨୦୨୩ ବିଶ୍ୱକପ୍‌ ପରେ ନେଇପାରନ୍ତି ଅବସର :-

ରୋହିତ ଶର୍ମା :  ଏବେ ଟିମ୍‌ ଇଣ୍ଡିଆର କ୍ୟାପଟେନ୍‌ ଅଛନ୍ତି ରୋହିତ ଶର୍ମା । ଖେଳାଳି ଏବଂ ଅଧିନାୟକ ହିସାବରେ ହୁଏତ ଏହା ତାଙ୍କର ଶେଷ ବିଶ୍ୱକପ୍‌ ହୋଇପାରେ । କାହିଁକି ନା ବର୍ତ୍ତମାନ ତାଙ୍କୁ ୩୬ ବର୍ଷ । ତେଣୁ ଆଗାମୀ ବିଶ୍ୱକପ୍‌ରେ ହୁଏତ ଖେଳିନପାରନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ୨୪୪ଟି ଦିନିକିଆ ମ୍ୟାଚ୍‌ ଖେଳି ୯୮୩୭ ରନ୍‌ ସଂଗ୍ରହ କରିଛନ୍ତି । ଏଥିରେ ୩୦ଟି ଶତକ ଏବଂ ୪୮ଟି ଅର୍ଦ୍ଧଶତକ ରହିଛି । ବ୍ୟକ୍ତିଗତ ଭାବେ ୨୬୪ ରନ୍‌ ତାଙ୍କର ସର୍ବାଧିକ ସ୍କୋର । 

ବିରାଟ କୋହଲି : ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି । ହୁଏତ ଏହା ବିରାଟଙ୍କ କ୍ରିକେଟ୍‌ କ୍ୟାରିୟରରେ ଏହା ଶେଷ ବିଶ୍ୱକପ୍‌ ହୋଇପାରେ ।  ବିରାଟଙ୍କୁ ଏବେ ୩୪ ବର୍ଷ । ବର୍ତ୍ତମାନ ସୁଦ୍ଧା ୨୭୫ଟି ଦିନିକିଆ ମ୍ୟାଚ୍‌ ଖେଳି ୧୨୮୯୮ ରନ୍‌ ସଂଗ୍ରହ କରିଛନ୍ତି । ଏଥିରେ ୪୬ଟି ଶତକ ଏବଂ ୬୫ଟି ଅର୍ଦ୍ଧଶତକ ରହିଛି । ବ୍ୟକ୍ତିଗତ ଭାବେ ୧୮୩ ରନ୍‌ ତାଙ୍କର ସର୍ବାଧିକ ସ୍କୋର ।

ରବିଚନ୍ଦ୍ରନ ଅଶ୍ୱିନୀ : ଟିମ୍‌ ଇଣ୍ଡିଆର ଜଣେ ବେଷ୍ଟ ସ୍ପିନର ଭାବେ ଜଣାଶୁଣା ରବିଚନ୍ଦ୍ରନ ଅଶ୍ୱିନୀ । ନିଜ ସ୍ପିନ ଜାଦୁ ଓ ବ୍ୟାଟିଂ ବଳରେ ବିରୋଧୀ ଟିମ୍‌ ଦିଅନ୍ତି ଚକ୍‌ମା । ଏହା ତାଙ୍କ କ୍ୟାରିୟର ହୋଇପାରେ ଶେଷ ଦିନିକିଆ ବିଶ୍ୱକପ୍‌ । ଏବେ ତାଙ୍କୁ ୩୬ ବର୍ଷ । ବର୍ତ୍ତମାନ ସୁଦ୍ଧା ୧୧୩ ଟି ଦିନିକିଆ ମ୍ୟାଚ୍‌ ଖେଳି ୧୫୧ଟି ଓ୍ୱିକେଟ୍‌ ହାସଲ କରିଛନ୍ତି ।

ଡେଭିଡ ଓ୍ୱାର୍ଣ୍ଣର : ଅଷ୍ଟ୍ରେଲିଆ ଟିମ୍‌ର ଜଣେ ବିସ୍ଫୋରକ ବ୍ୟାଟସମ୍ୟାନ୍‌ ଭାବେ ଜଣାଶୁଣା ଓ୍ୱାର୍ଣ୍ଣର । ଏବେ ତାଙ୍କୁ ୩୬ ବର୍ଷ । ତେଣୁ ବୟସାଧିକ କାରଣରୁ ଆଗାମୀ ଦିନିକିଆ ବିଶ୍ୱକପ୍‌ ଖେଳିନପାରନ୍ତି । ବର୍ତ୍ତମାନ ସୁଦ୍ଧା ୧୪୨ ଟି ଦିନିକିଆ ମ୍ୟାଚ୍‌ ଖେଳି ୬୦୩୦ ରନ୍‌ ସଂଗ୍ରହ କରିଛନ୍ତି । ଏଥିରେ ୧୯ଟି ଶତକ ଏବଂ ୨୭ଟି ଅର୍ଦ୍ଧଶତକ ରହିଛି । ୧୭୯ ରନ୍‌ ତାଙ୍କର ସର୍ବାଧିକ ସ୍କୋର ରହିଛି ।

ଷ୍ଟିଭେନ୍‌ ସ୍ମିଥ୍‌ : ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭେନ୍‌ ସ୍ମିଥ୍‌ । ଜଣେ ଦକ୍ଷ ବ୍ୟାଟର ଭାବେ ଖୁବ୍‌ ଜଣାଶୁଣା ସ୍ମିଥ୍‌ । ଏବେ ତାଙ୍କୁ ୩୪ ବର୍ଷ । ବୟସାଧିକ କାରଣରୁ ଆଗାମୀ ଦିନିକିଆ ବିଶ୍ୱକପ୍‌ ଖେଳିନପାରନ୍ତି । ବର୍ତ୍ତମାନ ସୁଦ୍ଧା ସେ ୧୪୨ଟି ଦିନିକିଆ ମ୍ୟାଚ୍‌ ଖେଳି ୪୯୩୯ ରନ୍‌ ସଂଗ୍ରହ କରିଛନ୍ତି । ଏଥିରେ ୧୨ଟି ଶତକ ଏବଂ ୨୯ଟି ଅର୍ଦ୍ଧଶତକ ରହିଛି । ୧୬୪ ତାଙ୍କର ବ୍ୟକ୍ତିଗତ ଭାବେ ସର୍ବାଧିକ ସ୍କୋର ।

ମିଚେଲ୍‌ ଷ୍ଟାର୍କ :  ବିଶ୍ୱର ଶ୍ରେଷ୍ଠ ବୋଲର ମଧ୍ୟରେ ମିଚେଲ୍‌ ଷ୍ଟାର୍କ ଅନ୍ୟତମ । ଏବେ ତାଙ୍କୁ ୩୩ ବର୍ଷ । ତେଣୁ ବୟସାଧିକ କାରଣରୁ ଆଗାମୀ ଦିନିକିଆ ବିଶ୍ୱକପ୍‌ ଖେଳିନପାରନ୍ତି । ବର୍ତ୍ତମାନ ସୁଦ୍ଧା ୧୧୦ଟି ଦିନିକିଆ ମ୍ୟାଚ୍‌ ଖେଳି ୨୧୯ ଓ୍ୱିକେଟ୍‌ ହାସଲ କରିଛନ୍ତି ।

ଟ୍ରେଣ୍ଟ ବୋଲ୍‌ଟ :  ନ୍ୟୁଜିଲାଣ୍ଡରେ ଏହି ଦ୍ରୁତ ବୋଲର ବିଶ୍ୱର ଶ୍ରେଷ୍ଠ ବୋଲର ମଧ୍ୟରେ ଅନ୍ୟତମ । ଏବେ ତାଙ୍କୁ ୩୪ ବର୍ଷ । ତେଣୁ ବୟସାଧିକ କାରଣରୁ ଆଗାମୀ ଦିନିକିଆ ବିଶ୍ୱକପ୍‌ ଖେଳିନପାରନ୍ତି ।ବର୍ତ୍ତମାନ ସୁଦ୍ଧା ୯୯ଟି ଦିନିକିଆ ମ୍ୟାଚ୍‌ ଖେଳି ୧୮୭ଟି ଓ୍ୱିକେଟ୍‌ ହାସଲ କରିଛନ୍ତି ।

ଟିମ୍‌ ସାଉଦି : ନ୍ୟୁଜିଲାଣ୍ଡର ଟିମ୍‌ ପୂର୍ବତନ ଅଧିନାୟକ ଟିମ୍‌ ସାଇଦି । ଏହି ଦ୍ରୁତ ବୋଲର ବିଶ୍ୱର ଶ୍ରେଷ୍ଠ ବୋଲର ମଧ୍ୟରେ ଅନ୍ୟତମ । ଏବେ ତାଙ୍କୁ ୩୪ ବର୍ଷ । ତେଣୁ ବୟସାଧିକ କାରଣରୁ ଆଗାମୀ ଦିନିକିଆ ବିଶ୍ୱକପ୍‌ ଖେଳିନପାରନ୍ତି । ବର୍ତ୍ତମାନ ସୁଦ୍ଧା ୧୫୪ଟି ଦିନିକିଆ ମ୍ୟାଚ୍‌ ଖେଳି୨୧୦ଟି ଓ୍ୱିକେଟ୍‌ ହାସଲ କରିଛନ୍ତି ।

ସାକିବ ଅଲ୍‌ ହାସନ : ବାଂଲାଦେଶ ଟିମ୍‌ର ଅଧିନାୟକ ସାକିବ୍‌ ଅଲ ହାସନ । ଜଣେ ଦକ୍ଷ ଅଲ୍‌ରାଉଣ୍ଡର ଭାବେ ବେଶ୍‌ ଜଣାଶୁଣା ସାକିବ୍‌ ଅଲ ହାସନ । ଏବେ ତାଙ୍କୁ ୩୬ ବର୍ଷ । ତେଣୁ ବୟସାଧିକ କାରଣରୁ ଆଗାମୀ ଦିନିକିଆ ବିଶ୍ୱକପ୍‌ ଖେଳିନପାରନ୍ତି । ବର୍ତ୍ତମାନ ସୁଦ୍ଧା ୨୩୫ ଟି ଦିନିକିଆ ମ୍ୟାଚ୍ ଖେଳି ୭୨୧୧ ରନ୍‌ ସଂଗ୍ରହ କରିଥିବା ବେଳେ ନେଇଛନ୍ତି ୩୦୫ଟି ଓ୍ୱିକେଟ୍‌ । ନିଜ କ୍ୟାରିୟରରେ ୯ଟି ଶତକ ଏବଂ ୫୩ଟି ଅର୍ଦ୍ଧଶତକ ହାସଲ କରିଛନ୍ତି ସକିବ୍‌ ଅଲ୍‌ ହାସନ ।

ତାମିମ୍‌ ଇକ୍‌ବାଲ୍‌ :  ବାଂଲାଦେଶର ଟିମ୍‌ ପୂର୍ବତନ ଅଧିନାୟକ ତାମିମ୍‌ ଇକ୍‌ବାଲ୍‌ । ଜଣେ ଓପନର ବ୍ୟାଟର ଭାବେ ବେଶ୍ ଜଣାଶୁଣା ତାମିମ୍‌ ଇକ୍‌ବାଲ । ଏବେ ତାଙ୍କୁ ୩୪ ବର୍ଷ । ତେଣୁ ବୟସାଧିକ କାରଣରୁ ଆଗାମୀ ଦିନିକିଆ ବିଶ୍ୱକପ୍‌ ଖେଳିନପାରନ୍ତି । ବର୍ତ୍ତମାନ ସୁଦ୍ଧା ୨୪୧ ଟି ଦିନିକିଆ ମ୍ୟାଚ୍‌ ଖେଳି ୮୩୧୩ ରନ୍‌ ସଂଗ୍ରହ କରିଛନ୍ତି । ଏଥିରେ ୧୪ଟି ଶତକ ଏବଂ ୫୬ଟି ଅର୍ଦ୍ଧଶତକ ରହିଛି ।

ସରଫରାଜ ଅହମ୍ମଦ : ପାକିସ୍ତାନ ଟିମ୍‌ର ପୂର୍ବତନ ଅଧିନାୟକ ସରଫରାଜ ଅହମ୍ମଦ । ଏବେ ତାଙ୍କୁ ୩୬ ବର୍ଷ । ତେଣୁ ବୟସାଧିକ କାରଣରୁ ଆଗାମୀ ଦିନିକିଆ ବିଶ୍ୱକପ୍‌ ଖେଳିନପାରନ୍ତି । ବର୍ତ୍ତମାନ ସୁଦ୍ଧା ୧୧୭ଟି ଦିନିକିଆ ମ୍ୟାଚ୍‌ ଖେଳି ୨୩୧୫ ରନ୍‌ ସଂଗ୍ରହ କରିଛନ୍ତି । ଏଥିରେ ୨ଟି ଶତକ ଏବଂ ୧୧ଟି ଅର୍ଦ୍ଧଶତକ ରହିଛି ।

wp:embed {"url":"https://www.prameyanews7.com/venkatesh-prasad-slams-team-india-rahul-dravid-and-hardik-pandya-after-defeat-in-t20-series/","type":"wp-embed","providerNameSlug":"prameya-news-7"}
https://www.prameyanews7.com/venkatesh-prasad-slams-team-india-rahul-dravid-and-hardik-pandya-after-defeat-in-t20-series/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.