ବର୍ଷାଧିକ ତଦନ୍ତ ପରେ କିଛି ମିଳିଲାନି: ଅଭିନେତା ସୁଶାନ୍ତ ସିଂହଙ୍କ ଫାଇଲ କ୍ଲୋଜ୍ କଲା ସିବିଆଇ!

Published By : Prameya-News7 Bureau | March 22, 2025 IST

indiatoday

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମାଲାରେ ଫାଇଲ କ୍ଲୋଜ କଲା ସିବିଆଇ। ଘଟଣା ସହ ଜଡିତ ଦୁଇଟି ମାମଲାରେ ସିବିଆଇ କ୍ଲୋଜର ରିପୋର୍ଟ ଦାଖଲ କରିଛି ବିଶେଷ ସୂତ୍ରରୁ ସୂଚନା ମିଳିଛି।  ରିପୋର୍ଟଗୁଡ଼ିକ ମୁମ୍ବାଇର ଏକ କୋର୍ଟରେ ଦାଖଲ କରାଯାଇଛି। ସୁଶାନ୍ତଙ୍କ ମୃତ୍ୟୁ ପଛରେ କୌଣସି ପ୍ରକାରର ଅପରାଧିକ ଷଡ଼ଯନ୍ତ୍ର ହୋଇଥିବା କୌଣସି ପ୍ରମାଣ ମିଳିନାହିଁ ବୋଲି କ୍ଲୋଜି ରିପୋର୍ଟରେ କୁହାଯାଇଛି।

ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ତାଙ୍କ ବାପା କେକେ ସିଂହଙ୍କ ଅଭିନେତ୍ରୀ ରେହା ଚକ୍ରବର୍ତ୍ତୀଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲେ। ସେ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ ଏବଂ ଅନ୍ୟମାନଙ୍କ ବିରୁଦ୍ଧରେ ଆତ୍ମହତ୍ୟା ପାଇଁ ପ୍ରୋତ୍ସାହନ, ଆର୍ଥିକ ଠକେଇ ଏବଂ ମାନସିକ ନିର୍ଯାତନା ଅଭିଯୋଗ ଆଣିଥିଲେ। ଏଫଆଇଆର ପରେ ଅଗଷ୍ଟ ୨୦୨୦ରେ ସିବିଆଇ ତଦନ୍ତ ଦାୟିତ୍ୱ ନେଇଥିଲା।

ଏହାର ଜବାବରେ, ରିଆ ଚକ୍ରବର୍ତ୍ତୀ ମୁମ୍ବାଇରେ ଏକ ପାଲଟା ଅଭିଯୋଗ କରିଥିଲେ। ଯେଉଁଥିରେ ସୁଶାନ୍ତଙ୍କ ଭଉଣୀମାନେ ତାଙ୍କ ପାଇଁ ଏକ ନକଲି ଡାକ୍ତରୀ ପ୍ରେସକ୍ରିପସନ ହାସଲ କରିଥିବା ଅଭିଯୋଗ କରାଯାଇଥିଲା। ଘଟଣାରେ ସିବିଆଇ କିଛି ବର୍ଷ ଧରି ତଦନ୍ତ କରିବା ପରେ, ବର୍ତ୍ତମାନ ଉଭୟ ମାମଲାରେ କୋର୍ଟରେ କ୍ଲୋଜର ରିପୋର୍ଟ ଦାଖଲ କରିଛି। ସୁଶାନ୍ତଙ୍କ ମୃତ୍ୟୁ ପାଇଁ କୌଣସି ଅପରାଧିକ ଷଡ଼ଯନ୍ତ୍ର କିମ୍ବା ଭୁଲ କାର୍ଯ୍ୟ ହୋଇଥିବା ଜଣାପଡ଼ି ନାହିଁ ବୋଲି ସିବିଆଇ କ୍ଲୋଜର ରିପୋର୍ଟରେ କହିଛି। 

ପଢନ୍ତୁ- ୧୦୦ ଥର ରିଜେକ୍ସନ୍‌, ବ୍ୟାକ୍ ଟୁ ବ୍ୟାକ୍ ଫ୍ଲପ୍; ବର୍ତ୍ତମାନ ସୁପରଷ୍ଟାର...

୩୪ ବର୍ଷୀୟ ଦିମ୍ବଗତ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତଦେହ ୧୪ ଜୁନ୍ ୨୦୨୦ରେ ତାଙ୍କ ବାନ୍ଦ୍ରା ବାସଭବନରୁ ଉଦ୍ଧାର କରାଯାଇଥିଲା। ଏହାପରେ ଏକ ବଡ଼ ବିବାଦ ସୃଷ୍ଟି ହୋଇଥିଲା। ମାମଲା ସିବିଆଇ ହାତକୁ ନେଇଥିଲା। ମୁମ୍ବାଇର କୁପର ହସ୍ପିଟାଲରେ ହୋଇଥିବା ତାଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ମୃତ୍ୟୁର କାରଣ ଶ୍ୱାସରୁଦ୍ଧ ହୋଇ ହୋଇଥିବା କୁହାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.