IAS ବିଷ୍ଣୁପଦ ସେଠୀଙ୍କ ବାସଭବନରେ ସିବିଆଇ ରେଡ୍, ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ଲିଙ୍କ୍‌କୁ ନେଇ ଖୋଳତାଡ

Published By : Prameya-News7 Bureau | February 18, 2025 IST

ଭୁବନେଶ୍ୱର ୧୮/୦୨: ବଢିଲା IAS ବିଷ୍ଣୁପଦ ସେଠୀଙ୍କ ଅଡୁଆ । ବିଷ୍ଣୁପଦ ସେଠୀଙ୍କ ବାସଭବନରେ ସିବିଆଇ ରେଡ୍ । ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ଲିଙ୍କ୍‌କୁ ନେଇ ୮ ଜଣିଆ ଟିମ୍‌ର ଖୋଳତାଡ । ବିଷ୍ଣୁପଦ ସେଠୀଙ୍କ ସରକାରୀ ବାସଭବନରେ ରେଡ୍ କରାଯାଉଛି । ସକାଳୁ ସକାଳୁ ରେଡ୍ କରିଛି ସିବିଆଇ । 

ସୂଚନା ଥାଉକି, ଦେଢ଼ କୋଟି ଟଙ୍କାର ଡିଲ ପାଇଁ ୧୦ ଲକ୍ଷର ଲାଞ୍ଚ କାରବାର ନେଇ ଡିସେମ୍ୱର ୬ରେ ମେ ଫେୟାର ସାମ୍ନାରେ ଏକ ଦାମୀ କାରରେ ରେଡ୍ ମାରିଥିଲା ଦିଲ୍ଲୀ ସିବିଆଇ । ବ୍ରିଜ ଏଣ୍ଡ୍ ରୁଫ କଷ୍ଟ୍ରକ୍ସନ କର୍ପୋରେସନ ଲିମିଟେଡରେ ବି ତନାଘନା କରିଥିଲା ସିବିଆଇ । ଏମିତିକି ମାମଲାରେ ତିନି ଜଣଙ୍କୁ ନିଜ ହେପାଜତରେ ନେଇଛି ସିବିଆଇ । ବ୍ରିଜ ମ ଆଣ୍ଡ ରୁଫ କମ୍ପାନୀର ଓଡ଼ିଶା ପଶ୍ଚିମବଙ୍ଗ ଶାଖା ମୁଖ୍ୟ ଚଞ୍ଚଲ୍ ମୁଖାର୍ଜୀ, ବରିଷ୍ଠ ଅଧିକାରୀ ସନ୍ତୋଷ ମହାରଣା, ଓଡିଶାର ଜଣେ ନାମୀ ଠିକାଦାର ଦେବଦତ୍ତ ମହାପାତ୍ରଙ୍କୁ ସିବିଆଇ ଅଧିକାରୀ ମାରାଥନ ଜେରା କରିଥିଲା । 

ପରେ ପ୍ରଥମ ପର୍ଯ୍ୟାୟରେ ୩ ଦିନିଆ ରିମାଣ୍ଡ ଓ ଦ୍ୱିତୀୟ ପର୍ଯ୍ୟାୟରେ ୫ ଦିନିଆ ରିମାଣ୍ଡ ନେଇଥିଲା ସିବିଆଇ । ବ୍ରିଜ  ଆଣ୍ଡ ରୁଫ କମ୍ପାନୀର ଓଡ଼ିଶା ପଶ୍ଚିମବଙ୍ଗ ଶାଖା ମୁଖ୍ୟ ଚଞ୍ଚଲ୍ ମୁଖାର୍ଜୀଙ୍କ ସହ ଆଇଏଏସ ବିଷ୍ଣୁ ପଡ଼ ସେଠୀଙ୍କ ଲିଙ୍କ ସାମ୍ନାକୁ ଆସିଥିଲା । ଆଇଏଏସ ବିଷ୍ଣୁ ପଦ ସେଠୀଙ୍କ ଡ୍ରାଇଭର ଅଫିସ କର୍ମଚାରୀ, କେୟାର ଟେକର କୁ ଜେରା କରିଥିଲା ସିବିଆଇ । ରିମାଣ୍ଡ ସମୟରେ ଅନେକ ତଥ୍ୟ, ଲାଞ୍ଚ କାରବାର, ଗୁରୁତ୍ୱ ପୂର୍ଣ୍ଣ ତଥ୍ୟ ଲାଗିଥିଲା ସିବିଆଇ ହାତରେ । 

ରିମାଣ୍ଡ ସମୟରେ Bridge and roof co.limted କମ୍ପାନୀ କୋଟି କୋଟି ଟଙ୍କାର ହେରଫେର ସହ ଟେଣ୍ଡର fixing , ଦୁର୍ନୀତି ବଡ଼ ବଡ଼ ବାବୁଙ୍କ ମଧୁ ଚନ୍ଦ୍ରିକା ସାମ୍ନାକୁ ଆସିଥିଲା । ଟେଣ୍ଡର ଫିକ୍ସିଂଙ୍ଗ ପାଇଁ ବିଲ୍ଡର୍ସ ସଂସ୍ଥା ଠୁ କୋଟିକୋଟି ଟଙ୍କା ପିସି କାରବାର ହେଉଥିଲା। ଜେରା ସମୟର Contractor  ସନ୍ତୋଷ ମହାରଣା ଅସୁସ୍ଥ ହେଇ ପଡ଼ିଥିଲେ। କ୍ୟାପିଟାଲ ହସ୍ପିଟାଲରେ ରେ ଚିକିତ୍ସା ପରେ cbi କୋର୍ଟ ରେ ହଜାର ହେଇଥିଲେ ।

କେବଳ ସେତିକି ନୁହେଁ ବରିଷ୍ଟ ଆଇଏଏସ ବିଷ୍ଣୁ ପଦ ସେଠୀଙ୍କୁ cbi ର ସମନ କରିଥିଲେ । ଚଞ୍ଚଳ ମୁଖାର୍ଜୀଙ୍କ ସହ ଥିଲା ଭିତିରି ସଂପର୍କ। ଆଇଏଏସ ବିଷ୍ଣୁ ପଦ ସେଠୀ ଙ୍କ ୩ ଡ୍ରାଇଭର, କେୟାର ଟେକର , ଅଫିସ କର୍ମଚାରୀ ଙ୍କୁ cbi ଅଫିସ ରେ  ମାରାଥନ ଜେରା କରାଯାଇଥିଲା । କିନ୍ତୁ ଆଇଏଏସ ବିଷ୍ଣୁ ପଦ ସେଠୀ ଶାରୀରିକ ଅସୁସ୍ଥତା ଦେଖେଇ ନିଜର ଓକିଲଙ୍କୁ ପଠେଇ ଥିଲେ । ନିଜେ କିନ୍ତୁ cbi ଅଫିସରେ ହାଜିର ହେଇ ନ ଥିଲେ । 

 



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.