Champions Trophy Final; ଟସ୍ ଜିତି ନ୍ୟୁଜିଲାଣ୍ଡର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଟିମ୍ ଇଣ୍ଡିଆ

Published By : Prameya-News7 Bureau | March 09, 2025 IST

ଦୁବାଇ, ୯/୩: ଆଇସିସି ଚାମ୍ପିଅନ୍ସ ଟ୍ରଫି ଫାଇନାଲ ଫାଇଟ୍ । ଟର୍ଣ୍ଣିଂ ଟ୍ରାକରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମହା-ଲଢ଼େଇ । ଦୁଲୁକୁଛି ଦୁବାଇ ଇଣ୍ଟର ନ୍ୟାଶନାଲ ଗ୍ରାଉଣ୍ଡ । ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ଟିମ୍ ନ୍ୟୁଜିଲାଣ୍ଡ । ତେଣୁ ପ୍ରଥମେ ବୋଲିଂ କରିବ ରୋହିତ୍ ସେନା । ଫାଇନାଲ ମୁକାବିଲାରେ ଭାରତ ପକ୍ଷରୁ ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ ହୋଇନାହିଁ । ସ୍ଲୋ-ପିଚ୍‌ରେ ୪ ସ୍ପିନରଙ୍କ ସହିତ ପଡ଼ିଆକୁ ଓହ୍ଲାଇଛି ଟିମ୍ ଇଣ୍ଡିଆ। ସେପଟେ ଦ୍ବିତୀୟ ଥର ପାଇଁ ଚାମ୍ପିଅନ୍ ହେବାକୁ କ୍ବିଓ୍ବି ଦଳ ଜୋରଦାର ସଂଘର୍ଷ କରିବ । ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ ହୋଇଛି । ପେସ୍ ବୋଲର ମ୍ୟାଟ୍ ହେନ୍ରିଙ୍କ ସ୍ଥାନରେ ଖେଳିବେ ନାଥନ ସ୍ମିଥ୍ ।  

ଭାରତର ଚୂଡ଼ାନ୍ତ ଏକାଦଶ:

ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ୍‌, ବିରାଟ କୋହଲି, ଶ୍ରେୟାସ ଆୟର, ଅକ୍ଷର  ପଟେଲ, କେଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡ଼େଜା, କୁଲଦୀପ ଯାଦବ, ମହମ୍ମଦ ସାମି, ବରୁଣ ଚକ୍ରବର୍ତ୍ତୀ । 

ନ୍ୟୁଜିଲାଣ୍ଡର ଚୂଡ଼ାନ୍ତ ଏକାଦଶ:

ୱିଲ ୟଙ୍ଗ, ରଚିନ ରବିନ୍ଦ୍ର, କେନ ୱିଲିୟମସନ, ଡାରିଲ ମିଚେଲ, ଟମ୍ ଲାଥମ,  ଗ୍ଲେନ୍ ଫିଲିପ୍ସ, ମାଇକେଲ ବ୍ରେସୱେଲ୍‌, ମିଚେଲ ସାଣ୍ଟନର (ଅଧିନାୟକ), କେଲି ଜାମିସନ, ନାଥାନ ସ୍ମିଥ୍‌, ୱିଲ ଓ’ରୁର୍କ ।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.