ମୋଦୀ ସରକାରଙ୍କ ବଡ଼ ନିଷ୍ପତ୍ତି, ଚନ୍ଦ୍ରଯାନ-୪ ମିଶନକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

Published By : Prameya-News7 Bureau | September 18, 2024 IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବୁଧବାର କେନ୍ଦ୍ର ମନ୍ତ୍ରିମଣ୍ଡଳ ଚନ୍ଦ୍ରଯାନ-୪ ମିଶନକୁ ଅନୁମୋଦନ ଦେଇଛି । ଏହି ମିଶନରେ ଭାରତୀୟ ମହାକାଶଯାତ୍ରୀଙ୍କୁ ଚନ୍ଦ୍ରରେ ଅବତରଣ କରାଯିବା ସହ ସୁରକ୍ଷିତ ଭାବେ ପୃଥିବୀକୁ ଫେରିବା ଆଣିବା ପାଇଁ ଆବଶ୍ୟକୀୟ ପ୍ରଯୁକ୍ତିକୁ ବିକଶିତ କରାଯିବ । ଚନ୍ଦ୍ରଯାନ-୪ ଅଭିଯାନରେ ଚନ୍ଦ୍ରପୃଷ୍ଠରୁ ପଥର ଖଣ୍ଡ ଏବଂ ମାଟି ମଧ୍ୟ ପୃଥିବୀକୁ ଅଣାଯାଇ ଏହାର ଅଧ୍ୟୟନ କରାଯିବ ।

ମନ୍ତ୍ରିମଣ୍ଡଳ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ବାବଦରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ କ୍ୟାବିନେଟ୍ ଶୁକ୍ର ଗ୍ରହର କକ୍ଷ ସହ ଜଡ଼ିତ ଅଭିଯାନ, ଗଗନଯାନ ଏବଂ ଚନ୍ଦ୍ରଯାନ-୪ ଅଭିଯାନକୁ ମଞ୍ଜୁରୀ ଦେଇଛି । ଉଲ୍ଲେଖଯୋଗ୍ୟ ଯେ ଚନ୍ଦ୍ରଯାନ-୪ ମିଶନରେ ୨୦୨୪ ସୁଦ୍ଧା ଭାରତୀୟ ମହାକାଶଚାରୀଙ୍କୁ ଚନ୍ଦ୍ର ପୃଷ୍ଠରେ ଓହ୍ଲାଇବା ସହ ସେମାନଙ୍କୁ ସୁରକ୍ଷିତ ଫେରାଇ ଆଣିବା ପାଇଁ ଯୋଜନା ରହିଛି । ଏକ ବୟାନରେ କୁହାଯାଇଛି ଯେ ଏହି ମିଶନ ଅଧିନରେ ଡକିଂ/ଅନଡକିଂ, ଲ୍ୟାଣ୍ଡିଂ, ପୃଥିବୀରେ ସୁରକ୍ଷିତ ଅବତରଣ ଏବଂ ଚନ୍ଦ୍ରପୃଷ୍ଠରୁ ନମୂନା ସଂଗ୍ରହ ଏବଂ ଏହାର ବିଶ୍ଲେଷଣ ପାଇଁ ଟେକ୍ନୋଲଜି ବିକଶିତ କରାଯିବ । ବୟାନରେ କୁହାଯାଇଛି ଯେ ଚନ୍ଦ୍ରଯାନ-୪ ମିଶନରେ ମୋଟ ୨,୧୦୪.୦୬ କୋଟି ଟଙ୍କା ଆବଶ୍ୟକ ହେବ ।

ବୟାନରେ କୁହାଯାଇଛି ଯେ ଚନ୍ଦ୍ରଯାନ-୪ ମିଶନରେ ସ୍ପେସ୍‌କ୍ରାଫ୍ଟକୁ ବିକଶିତ ଏବଂ ପ୍ରରେଣ ଦାୟିତ୍ୱ ଇସ୍ରୋ ଉପରେ ରହିବ । ଅନୁମାନ କରାଯାଛି ଯେ ଉଦ୍ୟୋଗ ଏବଂ ଶିକ୍ଷା ଜଗତର ସହଯୋଗରେ ଏହି ମିଶନ ୩୬ ମାସ ଭିତରେ ଶେଷ ହେବ । ଏହି ମିଶନ ପାଇଁ ଆବଶ୍ୟକ ସମସ୍ତ ପ୍ରଯୁକ୍ତିକୁ ସ୍ୱଦେଶୀ ରୂପେ ବିକଶିତ କରାଯିବ ବୋଲି କୁହାଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.