କଟକ: କଟକରେ ଆୟୋଜିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ମୁଖ୍ୟ ଅତିଥି ଭାବରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଚଳିତ ବର୍ଷ ଵାରବାଟି ଷ୍ଟାଡିୟମ ପରିବର୍ତ୍ତେ କଟକ ବିଡାନାସୀ ପଡ଼ିଆରେ ସାଧାରଣତନ୍ତ୍ର ଦିବସ ପାଳନ କରାଯିବ। ସେହିଭଳି ମଙ୍ଗଳବାର ବିଡାନାସୀ ମିନି ଷ୍ଟାଡିୟମରେ ପ୍ରଥମ ପରେଡ୍ ଅଭ୍ୟାସ କରାଯାଇଛି।
ଭାଗ ନେଇଥିବା ସମସ୍ତ କଣ୍ଟିଜେଣ୍ଟମାନେ ଅଭ୍ୟାସ କରିଥିଲେ। ଯେଉଁମାନେ ଭଲ ପ୍ରଦର୍ଶନ କରିବେ ସେମାନଙ୍କୁ ସାଧାରଣତନ୍ତ୍ର ଦିବସ ପରେଡ୍ ଭାଗ ନେବା ପାଇଁ ସୁଯୋଗ ମିଳିବ। ସାଧାରଣତନ୍ତ୍ର ଦିବସ ର ପ୍ରସ୍ତୁତି କାର୍ଯ୍ୟ କିଭଳି ଚାଲିଛି ତାହାର ତଦାରଖ କରିଛନ୍ତି କଟକ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀମାନେ।
ସାଧାରଣତନ୍ତ୍ର ଦିବସ ପାଳନ ପରେଡରେ ୫୩ଟି କଣ୍ଟିଜେଣ୍ଟ ଓ ୧୦ଟି ପ୍ରଜ୍ଞାପନ ମେଢ଼ରେ ଯୋଗ ଦେବେ ବୋଲି ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉ ସାହେବ ସିନ୍ଧେ।