ଭୁବନେଶ୍ୱର ୨୨।୦୧ : ଥଣ୍ଡାରୁ ମିଳିବ ଆଶ୍ୱସ୍ତି । ବୁଧବାର ରାତିରୁ ତାପମାତ୍ରା ବଢ଼ିବ । ପାରଦ ପ୍ରାୟ ୨ରୁ ୪ଡିଗ୍ରୀ ବଢ଼ିଯିବ । ଫଳରେ ଥଣ୍ଡା କମିବ । ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ ଦେଇଛି ।
୨୦୨୪ ଥିଲା ବିଶ୍ୱର ସବୁଠୁ ଉତ୍ତପ୍ତ ବର୍ଷ, ବୈଜ୍ଞାନିକ କହିଲେ ଆଗକୁ ଲଗାତାର ଆସିବ ବନ୍ୟା ଓ ଝଡତୋଫାନ
ସେହିପରି ଥଣ୍ଡା କମିବା ସହ ଘନ କୁହୁଡ଼ି ରହିବ । ଦୁଇ ଦିନ ରାଜ୍ୟରେ ଘନ କୁହୁଡ଼ି ଦେଖାଯିବ ବୋଲି ଆକଳନ ରହିଛି । ବୁଧବାର ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧାରେ ଘନରୁ ଅତି ଘନ କୁହୁଡ଼ି ଦୃଶ୍ୟମାନ ହୋଇପାରେ । ଗୁରୁବାର ବି କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ଘନରୁ ଅତି ଘନ କୁହୁଡ଼ି ଦେଖାଯିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବୁଧବାର ଭଦ୍ରକ, ବାଲେଶ୍ୱର, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ, ସୁନ୍ଦରଗଡ଼, କେନ୍ଦୁଝର, କନ୍ଧମାଳ ଓ କଳାହାଣ୍ଡିରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ଦୃଶ୍ୟମାନ ହେବ । ଗୁରୁବାର ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନ ସମେତ କନ୍ଧମାଳ, କଳାହାଣ୍ଡି ଓ ସୁନ୍ଦରଗଡ଼ରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଯିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଜି ଉଦୟଗିରିରେ ପାରଦ ୪.୨ ଡିଗ୍ରୀ ସେଲସିୟସ୍ ଥିଲା । ଫୁଲବାଣୀରେ ୭, ଭବାନୀପାଟଣାରେ ୯.୪, କୋରାପୁଟ ଓ ରାଉରକେଲାରେ ୯.୫, ଝାରସୁଗୁଡ଼ାରେ ୯.୮, ନବରଙ୍ଗପୁରରେ ୧୦.୫, ବୌଦ୍ଧ ଓ ଅନୁଗୁଳରେ ୧୧ ଡିଗ୍ରୀ ରେକର୍ଡ ହୋଇଛି ।
ବୁଧବାର ରାଜ୍ୟ କ୍ୟାବିନେଟ୍ ବୈଠକ, ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ବାଜିପାରେ ମୋହର