ବ୍ରହ୍ମପୁର ୨୨।୦୧ : ପାନ ଦୋକାନୀଙ୍କ ବଦାନ୍ୟତା । ମିଳିଥିବା ରୂପା ଅଳଙ୍କାରକୁ ଦାବିଦାର ମାଲିକଙ୍କୁ ଫେରାଇଦେଲେ ଦୋକାନୀ । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଗିରିରୋଡ୍ ନିକଟରେ ଥିବା ପାନ ଦୋକାନୀ ନିଜର ବଦାନ୍ୟତା ମନୋଭାବ ପାଇଁ ଚର୍ଚ୍ଚା ସାଉଟିଁଛନ୍ତି ।
ମଙ୍ଗଳବାର ସଂଧ୍ୟାରେ ବଡ଼ ବଜାରକୁ ଜିନିଷ କିଣିବାକୁ ଯାଇଥିଲେ ଦୋକାନୀ ମନୋଜ କୁମାର ସାହୁ । ଏହି ସମୟରେ ରାସ୍ତାରୁ ଏକ ରୂପା ଅଳଙ୍କାର ଥିବା ଛୋଟ ପ୍ୟାକେଟ୍ ପଡିଥିବାର ଦେଖିଥିଲେ । ସେହି ପ୍ୟାକେଟ୍ ଉପରେ ଲେଖା ହୋଇଥିବା ଅଳଙ୍କାର ଦୋକାନର ନମ୍ବରକୁ ଯୋଗାଯୋଗ କରିଥିଲେ । ଶେଷରେ ପୂରା କାଣିଥିବା ଗ୍ରାହକଙ୍କୁ ଠାବ କରିଥିଲା । ଆଉ ତାଙ୍କୁ ଡାକି ସମସ୍ତ ଅଳଙ୍କାର ଫେରାଇ ଦେଇଛନ୍ତି । ତେବେ ସେ ଫେରାଇଥିବା ରୂପା ଅଳଙ୍କାରର ମୂଲ୍ୟ ୨୨ ହଜାର ଟଙ୍କା ବୋଲି ଜଣାପଡିଛି ।