ଚିକିଟି ମଦ ମୃତ୍ୟୁ ପାଇଁ ଦାୟୀ କିଏ ? ୬ ମାସ ପରେ ଆରମ୍ଭ ହେଲା ତନାଘନା

Published By : Prameya-News7 Bureau | February 25, 2025 IST

ଦିଗପହଣ୍ଡି ୨୫/୨: ଚିକିଟି ମଦ ମୃତ୍ୟୁ ପାଇଁ ଦାୟୀ କିଏ ? ଦୀର୍ଘ ୬ ମାସ ପରେ ଆରମ୍ଭ ହୋଇଛି ତନାଘନା । ଚିକିଟିରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ଅବକାରୀ କମିଶନର । ପ୍ରଥମେ ଚିକିଟି ଅବକାରୀ ଅଫିସରେ ପହଞ୍ଚି ସମୀକ୍ଷା କରିଛନ୍ତି ଅବକାରୀ କମିଶନର । ପରେ କରବାଲୁଆ ଓ ଜେନାପୁରରେ ପହଞ୍ଚି ଛାନ୍‌ଭିନ୍‌ କରିଛନ୍ତି । ମଦ ମୃତ୍ୟୁ ପାଇଁ ଦାୟୀ କିଏ ସେ ସଂପର୍କରେ ତଦନ୍ତ କରୁଛନ୍ତି କମିଶନ । 

ଚିକିଟି ମଦ ମୃତ୍ୟୁର ବିଭୀଷିକାକୁ ନେଇ ସବୁଠି ଆଲୋଡନ ଖେଳିଯାଇଥିଲା । କିଏ ସ୍ବାମୀଙ୍କୁ ହରାଇ ସ୍ତବ୍ଧ ତ ଆଉ କାହା ଘର ହୋଇଯାଇଥିଲା ମୁରବି ଶୂନ୍ୟ । ଚିକିଟି ଜେନାପୁର ମଦ ଟ୍ରାଜେଡିକୁ ଇତି ମଧ୍ୟରେ ବିତିଯାଇଛି ପ୍ରାୟ ୬ମାସ । ବିଷାକ୍ତ ମଦ ପିଇ ୩ ଜଣଙ୍କର ଜୀବନ ଯାଇଥିଲା । 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.