ବାଇକ୍‌କୁ ଧକ୍କା ଦେଲା ଲକ୍ଷ୍ମୀ ବସ୍ : ଶିଶୁ ପୁତ୍ର ମୃତ, ମା’-ବାପା ଗୁରୁତର

Published By : Prameya-News7 Bureau | May 15, 2025 IST

ଖୋର୍ଦ୍ଧା ଖୋର୍ଦ୍ଧା ଆଦର୍ଶ ଥାନା ବରସାହି କୁମ୍ଭିଲେ ଛକ ନିକଟରେ ଦୁର୍ଘଟଣା । ଲକ୍ଷ୍ମୀ ବସ୍ ଧକ୍କାରେ ଶିଶୁପୁତ୍ର ମୃତ । ମା’ ଓ ବାପା ଗୁରୁତର ଆହତ ହୋଇଛନ୍ତି । ଆହତ ଦମ୍ପତିଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବର ଏମ୍ସ ପଠାଯାଇଛି । ଆହତ ଦ୍ବୟ ହେଲେ ବରସାହିର ଅଶୋକ ବାରିକ ଓ ପିଙ୍କି ବାରିକ । ହଳଦିଆରୁ ଖୋର୍ଦ୍ଧା ଅଭିମୁଖେ ଲକ୍ଷ୍ମୀ ବସ୍ ଆସୁଥିବା ବେଳେ ଦୁର୍ଘଟଣା ଘଟିଛି । ବାଇକ୍‌ରେ ବାପା, ମା’ ଓ ପୁଅ ବରସାହିରୁ ଗଁପୁର ଗ୍ରାମକୁ ଯାଉଥିଲେ । ଏହି ସମୟରେ ସାମ୍ନାପଟୁ ଲକ୍ଷ୍ମୀ ବସ୍ ଧକ୍କା ଦେଇଥିଲା । ଶିଶୁଟି ବସ୍ ଆଗରେ ପିଟି ହେବା ଫଳରେ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ।

You Can Read:

କେନ୍ଦୁଝର ବନଖଣ୍ଡରେ ବଢୁଛି ବନ୍ୟଜନ୍ତୁ ସଂଖ୍ୟା, ଟ୍ରାପ୍ କ୍ୟାମେରାରେ ଉତ୍ତୋଳନ ହେଲା ଚିତ୍ର

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.