ନୂଆଦିଲ୍ଲୀ: ଚୀନରେ ଲୋକ ଗାଏବ୍ ହେବା କିଛି ନୂଆ ଘଟଣା ନୁହେଁ । ଶିଳ୍ପପତିଙ୍କ ଠାରୁ ରାଜନେତା ପର୍ଯ୍ୟନ୍ତ ଅନେକ ସମୟରେ ଗାଏବ୍ ହେବାର ନଜିର ଆସିଛି । ସେ ଭଳି ଜଣେ ବ୍ୟକ୍ତି ହେଉଛନ୍ତି ଇ-କମର୍ସ କମ୍ପାନି ଆଲିବାବାର ସଂସ୍ଥାପକ ଜ୍ୟାକ୍ ମା । ୨୦୨୦ରେ ଅଚାନକ ସେ କେଉଁ ଆଡ଼େ ଗାଏବ୍ ହୋଇଯାଇଥିଲା । ସି ଜିନପିଙ୍ଗ୍ ସରକାର ତାଙ୍କ ବିରୋଧରେ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲେ । ୨୦୨୩ରେ ଥରେ କିମ୍ବା ଦୁଇ ଥର ସେ ନଜରକୁ ଆସିଥିଲେ । ହେଲେ ଏବେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ସହିତ ତାଙ୍କର ବୈଠକ ହୋଇଛି । ଏହି ମିଟିଂ ପରେ ସେ ସର୍ବସାଧାରଣରେ ନଜରକୁ ଆସିଛନ୍ତି । ତେବେ ଜ୍ୟାକ୍ ମା କାହିଁକି ଏବଂ କେଉଁ ଆଡ଼େ ଗାଏବ୍ ହୋଇଯାଇଥିଲେ ତାକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି ।
ଫେବ୍ରୁଆରୀ ୧୭ ତାରିଖରେ ଚୀନ୍ ରାଜଧାନୀ ବେଜିଂରେ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଅଧ୍ୟକ୍ଷତାରେ ହାଇ-ପ୍ରୋଫାଇଲ୍ ମିଟିଂ ଆୟୋଜନ ହୋଇଥିଲା । ଏଥିରେ ଜ୍ୟାକ୍ ମା ସମେତ ବହୁ ବିଜନେସ୍ ଟାଇକୁନ୍ ସାମିଲ୍ ହୋଇଥିଲେ । ଚୀନ୍ ରାଷ୍ଟ୍ରପତି ଏଥିରେ ସମସ୍ତ ଟେକ୍ ଦିଗଜଙ୍କୁ ନିଜ କ୍ଷମତାର ପୂର୍ଣ୍ଣ ବ୍ୟବହାର କରିବାକୁ ଆହ୍ବାନ ଦେଇଛନ୍ତି । ତେବେ ଏହି ହାଇ-ପ୍ରୋଫାଇଲ୍ ମିଟିଂରେ ଆଲିବାବା ଇ-କମର୍ସ କମ୍ପାନିର ସଂସ୍ଥାପକ ଜ୍ୟାକ୍ ମାଙ୍କ ପହଞ୍ଚିବାକୁ ନେଇ ଚର୍ଚ୍ଚା ହୋଇଛି ।
ଜ୍ୟାକ୍ ମା ଏକ ସମୟରେ ଏସିଆ ମହାଦେଶର ସବୁଠୁ ଧନୀ ବ୍ୟକ୍ତି ଥିଲେ । ତାଙ୍କ କମ୍ପାନି ଆମାଜନକୁ ଟକ୍କର ଦେଉଥିଲା । ୨୦୧୭ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ସାକ୍ଷାତ ପାଇଁ ତାଙ୍କୁ ନିମନ୍ତ୍ରଣ ମିଳିଥିଲା । ଏହା ପରେ ଜ୍ୟାକ୍ ମାଙ୍କ ଡାଉନଫଲ୍ ଆରମ୍ଭ ହୋଇଥିଲା । ତାଙ୍କ ବିରୋଧରେ ଚୀନର କିଛି ଓ୍ବେବ୍ସାଇଟରେ ତାଙ୍କ ବିରୋଧରେ ବିଭିନ୍ନ ଆର୍ଟିକିଲ୍ ମଧ୍ୟ ପ୍ରକାଶ ପାଇଥିଲା । ଚୀନର ବ୍ୟାଙ୍କିଂ ସିଷ୍ଟମକୁ ନେଇ ଆଲିବାବା ସଂସ୍ଥାପକ ଜ୍ୟାମ୍ ମା ସମାଲୋଚନା ହେବା କରିବେ ପରେ କମ୍ୟୁନିଷ୍ଟ ସରକାର ତାଙ୍କ ବିରୋଧରେ ଯାଞ୍ଚ ନିର୍ଦ୍ଦେଶ ଦେଇଥିଲେ । ତେବେ ପାଞ୍ଚ ବର୍ଷ ପରେ ପୁଣି ଥରେ ସେ ସାଧାରଣରେ ନଜର ଆସିଛନ୍ତି ଜ୍ୟାକ୍ ମା । ତାଙ୍କ ଫେରିବାକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି ।