ଗଣେଷ ଭସାଣି ବେଳେ ମାର୍‌ପିଟ୍‌ : ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର

Published By : Prameya-News7 Bureau | September 16, 2024 IST

NEWS UPDATE

ଭଞ୍ଜନଗର ୧୬।୦୯ : ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅମୃତଲୁ ଗାଁରେ ଅଘଟଣ । ଗଣେଶ ଭସାଣି ସମୟରେ ଦୁଇ ଭାଇଙ୍କୁ ଆକ୍ରମଣ । ବଡ଼ଭାଇ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିବା ବେଳେ ସାନ ଭାଇ ଗୁରୁତର । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । 

ଖବର ଅନୁଯାୟୀ, ରବିବାର ରାତିରେ ସୋରଡ଼ା ଥାନା ଅମୃତଲୁ ଗାଁରେ ଗଣେଷ ଭସାଣି ଚାଲିଥିଲା । ହଠାତ୍‌ କୌଣସି କାରଣକୁ ନେଇ ଭସାଣି ସମୟରେ ବିବାଦ ହୋଇଥିଲା । ଏପିରିକି ଭସାଣିରେ ସାମିଲ ଥିବା ଦୁଇ ଭାଇଙ୍କୁ ଆକ୍ରମଣ କରିଥିଲେ । ଯେଉଁଥିରେ ଗୁରୁତର ଥିବା ଦୁଇ ଭାଇକୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବଡ଼ଭାଇର ମୃତ୍ୟୁ ହୋଇଥିବା ବେଳେ ସାନ ଭାଇର ଚିକିତ୍ସା ଏବେବି ଚାଲିଛି । ମୃତକ ହେଲେ ବାବୁ ସ୍ୱାଇଁ ଏବଂ ଆହତ ଥିବା ବ୍ୟକ୍ତି ଜିତୁ ସ୍ୱାଇଁ ବୋଲି ଜଣାପଡିଛି । ସେପଟେ ହତ୍ୟାକାଣ୍ଡ ସଂପର୍କରେ ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.