ଭୁବନେଶ୍ବର ୧୫।୫: ବିଡିଓ ଓ ସିଡିଓଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ତାଗିଦ । ଅନେକ ବିଡ଼ିଓ ଜନ ପ୍ରତିନିଧିଙ୍କ କଥା ଶୁଣୁ ନାହାନ୍ତି । ସମ୍ମାନ ଦେଉନାହାନ୍ତି, ଚେୟାର ବି ଦେଉ ନାହାନ୍ତି । କେବଳ ବିଧାୟକ କି ବିଧାୟିକା ନୁହେଁ ମୁଖ୍ୟମନ୍ତ୍ରୀଙ୍କୁ ବି ସମ୍ମାନ ଦେଉନାହାନ୍ତି କିଛି ବିଡ଼ିଓ । ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ ଭିଡିଓ କନଫରେନ୍ସିଂ ଚାଲୁଥିବା ବେଳେ ଟିଭି ବନ୍ଦ କରି ଦିଆଯାଉଛି । ସଭାରୁ ଲୋକଙ୍କୁ ଚାଲିଯିବାକୁ କୁହାଯାଉଛି । ଏହାର ପରିଣାମ କ’ଣ ହେବ ବୁଝି ନିଅନ୍ତୁ । ମୋର ସରଳତା ଦୁର୍ବଳତା ନୁହେଁ । ସରପଞ୍ଚରୁ ମୁଖ୍ୟମନ୍ତ୍ରୀ ହୋଇଛି, ଆଦିବାସୀ ବର୍ଗରୁ ପ୍ରତିନିଧିତ୍ଵ କରୁଛି । କିନ୍ତୁ ବହୁତ ବଡ ନିଷ୍ପତ୍ତି ନେଇପାରେ । ମୋ ପାଖରେ ସବୁ ରିପୋର୍ଟ ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେ କାଳ ପଖାଳ ଆଉ ନାହିଁ । ନୂଆ ସରକାରଙ୍କ ଆଭିମୁଖ୍ୟକୁ ନେଇ କାମ କରିବାକୁ ପଡ଼ିବ । ଯିଏ କାମ ନ କରିବ କ୍ଷମା ନାହିଁ । କୌଣସି ରାଜନୈତିକ ଚାପରେ ବଶବର୍ତ୍ତୀ ନହୋଇ କାମ କରିବାକୁ ପରାମର୍ଶ । ବର୍ତ୍ତମାନ GA ବିଭାଗର ଅତିରିକ୍ତ ସଚିବ ଥିବା ମନୋଜ କୁମାର ମହାନ୍ତି ବିଡ଼ିଓ ଥିବା ବେଳେ ଭଲ କାମ କରିଥିବା କହି ଉଦାହରଣ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
You Can Read:
ଦରମା ବଢ଼ାଇବା ଦାବି କେହି ଶୁଣିଲେନି, ‘ଲକ୍ଷ୍ମୀ ବସ୍’ ଚଲାଇବା ବନ୍ଦ କଲେ ଡ୍ରାଇଭର