କୋଇଲା ବୋଝେଇ ଟ୍ରେନ୍‌ରେ ନିଆଁ, ଦୁଇଟି ବଗିରେ ନିଆଁ ଲାଗିଥିବା ସୂଚନା

Published By : Prameya-News7 Bureau | April 16, 2025 IST

ସୋର ୧୬।୪: କୋଇଲା ବୋଝେଇ ଟ୍ରେନ୍‌ରେ ଲାଗିଲା ନିଆଁ । ଦୁଇଟି ବଗିରେ ଲାଗିଛି ନିଆଁ । ବାଲେଶ୍ୱର ଜିଲ୍ଲା ସୋର ରେଳ ଷ୍ଟେସନ ନିକଟରେ ଏଭଳି ଘଟଣା ଘଟିଥିବା ବେଳେ ଅଗ୍ନିଶମ କର୍ମଚାରୀ ନିଆଁ ଲିଭାଇଛନ୍ତି ।

ସୂଚନାଯୋଗ୍ୟ ଯେ, ବାଲେଶ୍ୱର ଜିଲ୍ଲା ସୋର ରେଳ ଷ୍ଟେସନରେ କୋଇଲା ବୋଝେଇ ଟ୍ରେନ୍‌ର ଦୁଇଟି ବଗିରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି । ଟ୍ରେନ୍‌ଟି ଧାମରାରୁ କୋଇଲା ବୋଝେଇ କରି ଟାଟା ଅଭିମୁଖେ ଯାଉଥିବା ବେଳେ ନିଆଁ ଲାଗିଥିବା ଜଣାପଡିଛି । ସୋର ଷ୍ଟେସନ ନିକଟରେ ଦୁଇଟି ବଗିରୁ ଧୂଆଁ ବାହାରିବାରୁ ଟ୍ରେନ୍‌ଟି ଅଟକିଥିଲା । ଖବର ପାଇ ସୋର ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଷ୍ଟେସନରେ ପହଞ୍ଚି ନିଆଁ ଲିଭାଇବା ପରେ ଟ୍ରେନ୍‌ଟି ଘଣ୍ଟାଏରୁ ଅଧିକ ସମୟ ପରେ ଗନ୍ତବ୍ୟସ୍ଥଳକୁ ଯାଇଥିଲା ।

You Can Read:

ବସ୍-ବାଇକ୍ ମୁହାଁମୁହିଁ ଧକ୍କା, ଚାଲିଗଲା ଜଣଙ୍କ ଜୀବନ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.