କଟକ ୨୪।୧: କଟକ ବାରବାଟୀ ଷ୍ଟାଡିୟମ୍ରେ ଆସନ୍ତା ଫେବୃଆରୀ ୯ ତାରିଖରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଏକଦିବସୀୟ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହେବ । ଏହା ପୂର୍ବରୁ ବାରବାଟୀ ଷ୍ଟାଡିୟମ୍ରେ ସ୍ଥିତି ପରଖିଛନ୍ତି ପୋଲିସ କମିଶନର ଏବଂ ମୁଖ୍ୟ ଅଗ୍ନିଶମ ଅଧିକାରୀ । ଯେହେତୁ ୫୦ ହଜାର ଭଳି ଲୋକଙ୍କ ସମାଗମ ହେବାକୁ ଯାଉଛି, ତେଣୁ ଷ୍ଟାଡିୟମ୍ ପରିସରରେ କିପରି ଶୃଙ୍ଖଳା ବଜାୟ ରହିବ ଏବଂ ଟିକେଟ୍ ବିକ୍ରି ପାଇଁ କୌଣସି ସମସ୍ୟା ରହିବ ନାହିଁ ତା ଉପରେ ଜୋର ଦେଇଛନ୍ତି ପୋଲିସ କମିଶନର । ଏହା ବ୍ୟତୀତ ପାର୍କିଂ ଏବଂ ଅଗ୍ନି ନିରାପତ୍ତା ବାବଦରେ ମଧ୍ୟ ପୋଲିସ କମିଶନର ସମୀକ୍ଷା କରିଛନ୍ତି ।
ସେହିଭଳି ବାରବାଟୀ ଷ୍ଟାଡିୟମ୍ରେ ସ୍ଥିତି ପରଖିଛନ୍ତି କଟକ ଡିସିପି । ଯେହେତୁ ଆସନ୍ତା ୨୮/୨୯ ତାରିଖରେ ଓସିଏ ଅନୁବନ୍ଧିତ କ୍ଲବ୍ ମାନଙ୍କୁ ଟିକେଟ୍ ଦିଆଯିବ ଏବଂ ୬ ଓ ୭ ତାରିଖରେ ସାଧାରଣ ଲୋକଙ୍କୁ ଟିକେଟ୍ ବିକ୍ରି ହେବ । ତେଣୁ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ଉପରେ ଜୋର ଦେଇଛି ପୋଲିସ । ଖାସ୍କରି କେତୋଟି କାଉଣ୍ଟର ହେବ, ସେଥିରେ କେତେ ଟିକେଟ୍ ଉପଲବ୍ଧ ହେବ ଏବଂ ଭିଡ଼ ନିୟନ୍ତ୍ରଣ ପାଇଁ କି ପ୍ରକାରର ବ୍ୟବସ୍ଥା କରାଯିବ, ସେନେଇ ଆଜି ଓସିଏ କର୍ତ୍ତୃପକ୍ଷଙ୍କ ସହ ପୋଲିସ ଆଲୋଚନା ମଧ୍ୟ କରିଛି । ଓସିଏ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୈଠକ ମଧ୍ୟ ହେବାର ଅଛି ।
ଓସିଏ ଅନୁବନ୍ଧିତ ସଂସ୍ଥାକୁ ୨୮-୨୯, ଫେବୃୟାରୀ ୬-୭ରେ ସାଧାରଣ ଲୋକଙ୍କୁ ଟିକେଟ
ସୂଚନାଯୋଗ୍ୟ ଯେ, ଫେବୃଆରୀ ୯ ତାରିଖରେ କଟକ ବାରବାଟୀରେ ଖେଳାଯିବ ଭାରତ-ଇଂଲଣ୍ଡ ଦିନିକିଆ କ୍ରିକେଟ୍ ମ୍ୟାଚ୍ । ଏଥିପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି । ବାରବାଟୀ ଏକଦିବସୀୟ ପାଇଁ ଓସିଏ ଅନୁବନ୍ଧିତ ସଂସ୍ଥାକୁ ଆସନ୍ତା ୨୮ ଓ ୨୯ ରେ ବିକ୍ରି କରାଯିବ ଟିକେଟ୍ । ସେହିଭଳି ସାଧାରଣ ଲୋକଙ୍କ ପାଇଁ ୬ ଓ ୭ ତାରିଖରେ ବିକ୍ରି କରାଯିବ ଟିକେଟ୍ ।
କହିବାକୁ ଗଲେ ଫେବୃଆରୀ ୯ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବ ଦିନିକିଆ ମ୍ୟାଚ୍ । ଏଥିପାଇଁ ଓସିଏ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି । ପ୍ରଥମେ ଷ୍ଟାଡିୟମର ଭିତ୍ତିଭୂମି ସଜଡ଼ା ଯାଇଥିବା ବେଳେ ଏବେ ବିଭିନ୍ନ କାମକୁ ନେଇ ତର୍ଜମା କରାଯାଉଛି । ତେବେ ଏଥର ବଦଳିପାରେ ବାରବାଟୀ ଦିନିକିଆ ପାଇଁ ଗ୍ୟାଲେରି ଟିକେଟ୍ କାଉଣ୍ଟର ସ୍ଥାନ । ପୂର୍ବ କାଉଣ୍ଟର ସ୍ଥାନ ବଦଳାଇ ଷ୍ଟାଡିୟମ୍ ନିକଟରେ ନୂତନ ସ୍ଥାନରେ ଟିକେଟ୍ କାଉଣ୍ଟର କରିବାକୁ କମିଶନରେଟ୍ ପୋଲିସ ଯୋଜନା ରଖିଛି ।
ଚଳିତ ବର୍ଷ ନୂତନ ସ୍ଥାନରେ ଗ୍ୟାଲେରୀ ଟିକେଟ୍ ବିକ୍ରି କରିବାକୁ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରୁଛି କମିଶନରେଟ୍ ପୋଲିସ । ବାରବାଟୀ ଦିନିକିଆରେ ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ ବ୍ୟବସ୍ଥା, ଜନ ସାଧାରଣଙ୍କ ସୁରକ୍ଷା ସହ ଦର୍ଶକ କିଭଳି ଭଲ ଭାବରେ ଖେଳ ଦେଖି ଫେରିବେ ତାହା ପୋଲିସ ପାଇଁ ଏକ ବଡ଼ ଚାଲେଞ୍ଜ ବୋଲି ଡିସିପି କହିଛନ୍ତି ।
You Can Read: