ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଭାରତ ସହ ମିଶି କାମ କରିବୁ: କାନାଡ଼ା ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | June 16, 2024 IST

indiatoday

ନୂଆଦିଲ୍ଲୀ: ଭାରତ ସହ ସହଯୋଗ ରକ୍ଷା କରି କାମ କରିବ କାନାଡ଼ା। ଦୁଇ ଦେଶ ମଧ୍ୟରେ ତିକ୍ତତା ରହିଥିଲେ ମଧ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ସମସ୍ୟାକୁ ନେଇ ଆମେ ଭାରତ ସହଯୋଗରେ କାମ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ କହିଛନ୍ତି। ଇଟାଲିରେ ଚାଲିଥିବା ଜି-୭ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ବୈଠକ ପରେ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଏହି ବଡ଼ ବୟାନ ଦେଇଛନ୍ତି। 

ଟ୍ରୁଡୋ କହିଛନ୍ତି “ମୁଁ ଏହି ଗୁରୁତ୍ୱପୂର୍ଣ୍ଣ, ସମ୍ବେଦନଶୀଳ ପ୍ରସଙ୍ଗର ସବିଶେଷ ତଥ୍ୟ ଦେବାକୁ ଯାଉଛି ନାହିଁ, ଯାହାକୁ ଆମେ ଗୁରୁତ୍ୱ ଦେବା ଆବଶ୍ୟକ, କିନ୍ତୁ ଆଗାମୀ ଦିନରେ, କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗର ସମାଧାନ ପାଇଁ ଆମେ ଏକ ହୋଇ କାମ କରିବାକୁ ପ୍ରତିବଦ୍ଧ।” ଇଟାଲିରେ ଚାଲିଥିବା ଜି-୨୦ ସମ୍ମିଳନୀରେ ଅନ୍ତିମ ଦିନରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି ଜଷ୍ଟିନ ଟ୍ରୁଡୋ। 

ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଟ୍ରୁଡୋଙ୍କୁ ହ୍ୟାଣ୍ଡସେକ୍ କରୁଥିବାର ଫଟୋ ସୋସିଆଲ୍ ମିଡିଆରେ ଶେୟାର କରିଛନ୍ତି। ଜି-୭ ସମ୍ମିଳନୀରେ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ଭେଟିଲି ବୋଲି ମୋଦୀ କ୍ୟାପ୍‌ସନରେ ଲେଖିଛନ୍ତି। 

ଖଲିସ୍ତାନୀ ବିବାଦ ନେଇ ଦୁଇ ଦେଶ ମଧ୍ୟରେ ତିକ୍ତତା ବଢ଼ିବାର କିଛି ମାସ ପରେ ଇଟାଲିର ଦକ୍ଷିଣାଞ୍ଚଳ ଆପୁଲିଆରେ ଦୁଇ ଦେଶର ନେତାଙ୍କ ସହ ଆଲୋଚନା ହୋଇଥିଲା। ଏହା ପୂର୍ବରୁ ଭାରତରେ ସେପ୍ଟେମ୍ବରରେ ହୋଇଥିବା ଜି-୨୦ ସମ୍ମିଳନୀରେ ମୋଦୀ ଓ ଟ୍ରୁଡୋଙ୍କ ମଧ୍ୟରେ ଶେଷ ଥର ପାଇଁ ଆଲୋଚନା ହୋଇଥିଲା। 

ପଢ଼ନ୍ତୁ- NCERT ପୁସ୍ତକରୁ ହଟିଲା ବାବ୍ରି ମସଜିଦର କଥା, 'ଅଯୋଧ୍ୟା ବିବାଦଅଧ୍ୟାୟରେ ବଡ଼ ପରିବର୍ତ୍ତନ

ଶୁକ୍ରବାର ସନ୍ଧ୍ୟାରେ ଦୁଇ ଦେଶର ନେତାଙ୍କ ମଧ୍ୟରେ ବୈଠକ ହେବା ପରେ କାନାଡ଼ା ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରୁ ଏକ ବିବୃତ୍ତି ଜାରି କରି ସୂଚନା ଦିଆଯାଇଥିଲା। ଦ୍ୱିପାକ୍ଷିକ ସମ୍ପର୍କ ଉପରେ ସଂକ୍ଷିପ୍ତ ଆଲୋଚନା ହେଲା। ନିର୍ବାଚନ ବିଜୟ ପାଇଁ ଟ୍ରୁଡୋ ପିଏମ୍‌ ମୋଦୀଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ବୋଲି କାନାଡ଼ା ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଥିଲା। 

ସୂଚନା ଥାଉକି ଜୁନ ୨୦୨୩ରେ କାନାଡ଼ା ନାଗରିକ ଖଲିସ୍ତାନ ଆତଙ୍କବାଦୀ ହରଜୀପ ସିଂହ ନିଜ୍ଜର ହତ୍ୟାକାଣ୍ଡରେ ଜଷ୍ଟିନ ଟ୍ରୁଡୋ ସିଧାସଳଖ ଭରାତକୁ ଦାୟୀ କରିଥିଲେ। ଏଥିରେ ଭାରତର ହାତ ଅଛି ବୋଲି କହିଥିଲେ। ଏନେଇ ସେ ସେପ୍ଟେମ୍ବର ମାସରେ ଅଭିଯୋଗ ଆଣିବା ପର ଠାରୁ ଦୁଇ ଦେଶର ସମ୍ପର୍କରେ ଭଟ୍ଟା ପଡ଼ିଥିଲା। ଅପରପକ୍ଷରେ ଭାରତ କାନାଡ଼ାର ଅଭିଯୋଗକୁ ଖଣ୍ଡନ କରିଥିଲା। ଏହାପରେ ଦୁଇ ଦେଶ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଖୁବ୍ ହୋଇଥିଲା। ଏମିତିକ ଯାତାୟାତ ପର୍ଯ୍ୟନ୍ତ ବ୍ୟାନ ହୋଇଯାଇଥିଲା।   

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.