ସମ୍ ହସ୍ପିଟାଲ୍ ଶିତଳାପଲ୍ଲୀ କ୍ୟାମ୍ପସ୍‌ର ସର୍ଜନଙ୍କୁ ସଫଳତା, ଜଟିଳ ଅସ୍ତ୍ରୋପଚାର ହେଲା ସଫଳ

Published By : Prameya-News7 Bureau | July 01, 2024 IST

ଭୁବନେଶ୍ୱର: ଜଣେ ମେଦବହୁଳ ରୋଗୀଙ୍କର ଜଟିଳ ମେରୁଦଣ୍ଡ ଅସ୍ତ୍ରୋପଚାର କରିବାରେ ସଫଳ ହୋଇଛନ୍ତି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଶୀତଳାପଲ୍ଲୀ କ୍ୟାମ୍ପସ୍‌ର ସର୍ଜନମାନେ । 

ରୋଗୀ ଜଣଙ୍କର ମାତ୍ରାଧିକ ମେରୁଦଣ୍ଡ ଜନିତ ସମସ୍ୟା ଥିବାବେଳେ ତାଙ୍କର ହୃଦ୍‌ ଏବଂ ସ୍ନାୟୁ ଜନିତ ସମସ୍ୟା ମଧ୍ୟ ରହିଥିଲା । ଏଭଳି ସମସ୍ୟା ରହିଥିବାରୁ ନ୍ୟୁରୋସର୍ଜରୀ, କାର୍ଡିଓଲୋଜି ଓ ନେଫ୍ରୋଲୋଜି ବିଭାଗର ବିଶେଷଜ୍ଞଙ୍କୁ ନେଇ ଗଠିତ ସର୍ଜିକାଲ୍ ଟିମ୍ ଏହାକୁ ଏକ ଆହ୍ୱାନ୍ ଭାବେ ଗ୍ରହଣ କରି ଏହି ଅସ୍ତ୍ରୋପଚାର କରିଥିଲେ । 

୧୩୦ କେଜି ଓଜନ ଥିବା ଏହି ରୋଗୀଙ୍କ ଶରୀରରେ ସର୍ଜିକାଲ୍ ଟିମ୍ ଏକା ସଂଗେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ସ୍ପାଇନ୍ ସର୍ଜରୀ କରିଥିଲେ । ଏହି ସର୍ଜରୀଗୁଡ଼ିକ ହେଲା ସର୍ଭାଇକାଲ୍ ଲାମିନେକ୍ଟୋମି, ଲୁମ୍ବାର ଲାମିନେକ୍ଟୋମି ଏବଂ ଏଥି ସହିତ ପୋଷ୍ଟ ସ୍ପାଇନାଲ୍ ଫିକ୍‌ସେସନ୍ । 

ଅତ୍ୟାଧୁନିକ ଅସ୍ତ୍ରୋପଚାର ଶୈଳୀ ମାଧ୍ୟମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌, ଭୁବନେଶ୍ୱରର ନ୍ୟୁରୋସର୍ଜନ୍ ଡାକ୍ତର ସୁର୍ଯ୍ୟପ୍ରତାପ ସିଂ ତୋମାର ଏବଂ ଶୀତଳାପଲ୍ଲୀ କ୍ୟାମ୍ପସ୍‌ର ଅର୍ଥୋପେଡିକ୍ ସର୍ଜନ୍ ଡାକ୍ତର ରଞ୍ଜିତ ପାତ୍ର ଏହି ଅସ୍ତ୍ରୋପଚାର ସମ୍ପାଦନ କରିଥିଲେ । 

ରୋଗୀ ଜଣକ ଧୀରେ ଧୀରେ ସୁସ୍ଥ ହେଉଥିôବା ବେଳେ ତାଙ୍କର ଯନ୍ତ୍ରଣା ମଧ୍ୟ କମିବାରେ ଲାଗିଛି ଯାହାକି ଏହିପରି ଜଟିଳ ଅସ୍ତ୍ରୋପଚାରକୁ ସଫଳତାର ସହ କରିବାରେ ହସ୍ପିଟାଲର ଦକ୍ଷତା ଓ ସଫଳତାକୁ ସୂଚାଉଛି । 

୫ ମାସ ତଳେ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ ଶୀତଳାପଲ୍ଲୀ କ୍ୟାମ୍ପସ୍ ଉଦ୍‌ଘାଟିତ ହୋଇଥିବା ବେଳେ ଜଟିଳ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତ ଥିବା ଦକ୍ଷିଣ ଓଡ଼ିଶାର ରୋଗୀମାନଙ୍କ ପାଇଁ ବେଶ ଭରସାଯୋଗ୍ୟ ହେବାରେ ଲାଗିଛି ବୋଲି ହସ୍ପିଟାଲ୍ ପକ୍ଷରୁ କୁହାଯାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.