ସୁସ୍ଥ ହେଲେ ମହାବାହୁ, ରାଜପ୍ରାସାଦ ବିଜେ ନୀତି ସମାପନ

Published By : Prameya-News7 Bureau | July 03, 2024 IST

ନୀଳଗିରି: ଅଣସରବର ଦ୍ଵାଦଶୀ ତିଥିରେ ମହାପ୍ରଭୁଙ୍କ ରାଜ ପ୍ରାସାଦ ବିଜେ ନୀତି ପାଳନ ହୋଇଥାଏ। ତୃତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ନୀଳଗିରିରେ ଆଜି ଏହି ପରମ୍ପରା ପାଳନ ହୋଇଛି। ଦେବସ୍ନାନ ମଣ୍ଡପରୁ ଚତୁର୍ଦ୍ଧାମୂର୍ତ୍ତି ମନ୍ଦିର ପ୍ରବେଶ ପରେ ଅସୁସ୍ଥ ଥିଲେ ତିନି ଠାକୁର।ଅଣସରବର ତିଥିର ଷଷ୍ଠୀରେ ଫୁଲୁରୀ ତେଲ ଲାଗି ହେବାପରେ ତିନିଠାକୁର ଆସ୍ତେ ଆସ୍ତେ ସୁସ୍ଥ ହୋଇଥିଲେ। ଦଶମୀରେ ରାଜବୈଦ ଙ୍କ ଘରୁ ଦଶମୂଳ ଲାଗି କରାଯିବା ପରେ ଏକାଦଶୀ ତିଥିରେ ମହାପ୍ରଭୁଙ୍କ ଖଳିଲାଗି ନୀତି ସମ୍ପନ୍ନ ହୋଇଥିଲା।

ଆଜି ଦ୍ଵାଦଶୀ ତିଥିରେ ସକାଳ ଧୂପ ସରିବା ପରେ ଜୟବିଜୟ ଦ୍ବାର ବନ୍ଦ କରାଯାଇ  ବେହରଣ ଦ୍ୱାର ଫିଟିବା ପରେ ମନ୍ଦିରରୁ ପୂଜକ ଓ ସେବକ ମାନେ ରାଜପ୍ରାସାଦ ବିଜେ କରିଥାନ୍ତି।ସୁସ୍ଥ ଖବରପାଇ ପାଟପଟୁଆରରେ ଘଣ୍ଟ,ଛତା,କାହାଳି ବଜାଇ ଚନ୍ଦନ ପାଟବସ୍ତ୍ର ଧରି ରାଜପ୍ରାସାଦରେ ପହଞ୍ଚିଥିଲେ।ମହାପ୍ରଭୁଙ୍କ ସୂସ୍ଥ ହେବା ଖବର ରାଜାଙ୍କୁ ସୂଚନା ଦେବାମାତ୍ରେ ରାଜା ଜୟନ୍ତ ଚନ୍ଦ୍ର ମର୍ଦ୍ଧରାଜ ହରିଚନ୍ଦନ,ରାଣୀ ମନୋଜା ମଞ୍ଜରୀଦେବୀ ବେଶ ଖୁସି ଅନୁଭବ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.