ସ୍ୟାଣ୍ଡ ଆନିମେସନ ମାଧ୍ୟମରେ ରଥଯାତ୍ରାର ଶୁଭେଚ୍ଛା ଜଣାଇଲେ ବାଲୁକା ଶିଳ୍ପୀ ମାସନ ସାହୁ

Published By : Prameya-News7 Bureau | July 06, 2024 IST

ପୁରୀ: ମହାପ୍ରଭୁ ସର୍ବଦା ରତ୍ନ ସିଂହାସନରେ ବିରାଜମାନ ହୋଇ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । କିନ୍ତୁ ବର୍ଷରେ ଥରେ ମନ୍ଦିରରୁ ବାହାରି ଭକ୍ତ ବତ୍ସଳ ପ୍ରଭୁ ଜଗନ୍ନାଥ, ବଡ଼ ଭାଇ ବଲଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ନେଇ ରଥାରୁଢ଼ ହୋଇ ସାରା ସଂସାରକୁ ଦର୍ଶନ ଦିଅନ୍ତି ରଥ ଉପରେ । ସେଠି ନା ଥାଏ ଭେଦ ଭାବ, ନା ଥାଏ ଧନୀ- ଗରିବ । 

ପ୍ରଭୁଙ୍କୁ ଟିକେ ଦେଖିବା ପାଇଁ ପଶୁ, ପକ୍ଷୀ, ନର, ନାରୀ, ଦେବତା, ଦାନବ ସମସ୍ତେ ଛୁଟି ଆସନ୍ତି ରଥାରୁଢ ପ୍ରଭୁଙ୍କୁ ଦେଖିବା ପାଇଁ । ଦେବତାମାନେ କିପରି ପ୍ରଭୁଙ୍କୁ ଦେଖିବା ପାଇଁ ଆସିଛନ୍ତି ଏବଂ ପ୍ରଭୁଙ୍କ ଉପରେ ପୁଷ୍ପ ବର୍ଷା କରୁଛନ୍ତି ଏହି ସବୁ ଭାବନାତ୍ମିକ ଦୃଶ୍ୟକୁ ନିଜ ବାଲୁକା କଳାରେ ପ୍ରସ୍ତୁତ କରିଛନ୍ତି ଶିଳ୍ପୀ ମାନସ ସାହୁ । ୨ ମିନିଟ୍ ୪୦ ସେକେଣ୍ଡର ଏହି ଆନିମେସନ ଭିଡିଓଟିକୁ ନିର୍ମାଣ କରିବାକୁ ମାନସ ସାହୁଙ୍କୁ ଦୁଇ ଦିନ ସମୟ ଲାଗିଥିଲା । 


  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.