ଚଳିତ ବର୍ଷ ବାରିପଦାରେ ମହିଳାଙ୍କ ସହ ମା' ସୁଭଦ୍ରାଙ୍କ ରଥ ଟାଣିବେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

Published By : Prameya-News7 Bureau | July 06, 2024 IST

ବାରିପଦା ୬।୭ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦା ରଥଯାତ୍ରାର ଅନେକ ଅନନ୍ୟ ପରମ୍ପରା ମଧ୍ୟରୁ କେବଳ ମହିଳା ମାନେ ମା’ ସୁଭଦ୍ରାଙ୍କ ରଥ ଟାଣିବା ଅନ୍ୟତମ । ଦୁଇ ଦିନ ଧରି ହେଉଥିବା ରଥଟଣାରେ ପ୍ରଥମ ଦିନ ମା’ ସୁଭଦ୍ରାଙ୍କ ରଥ ଅଧା ବାଟ ଟଣାଯାଇ ପୁଣି ତହିଁ ପରଦିନ ଆଉ ଅଧା ବାଟ ଟଣାଯାଇ ଗୁଣ୍ଡିଚା ମନ୍ଦିରରେ ପହଞ୍ଚେ । ଆଉ ଏହି ଦୁଇ ଦିନ ଧରି ମା’ ସୁଭଦ୍ରାଙ୍କ ଦର୍ପଦଳନକୁ କେବଳ ମହିଳା ମାନେ ଟାଣନ୍ତି । ପ୍ରତିବର୍ଷ ବହୁ ଗଣ୍ୟମାନ୍ୟ ମହିଳା ଏହି ରଥଟଣାରେ ଭାଗ ନିଅନ୍ତି। ଏବର୍ଷ ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବାରିପଦା ଆସି ଏହି ନିଆରା ପରମ୍ପରାରେ ଭାଗ ନେବାର କାର୍ଯ୍ୟକ୍ରମ ରହିଛି । ବାରିପଦା ଗସ୍ତ ଅବସରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼. କୃଷ୍ଣଚନ୍ଦ୍ର ମହାପାତ୍ର ।

You Can Read:

ରଥଯାତ୍ରାରେ ଟ୍ରାଫିକ୍ ସୁପରିଚାଳନା କରିବ AI, ବିଭିନ୍ନ ସୂଚନା ପାଇଁ ହ୍ବାଟ୍ସଆପ୍ ଚାଟ୍‌ର ବ୍ୟବସ୍ଥା

 

  • odisha
  • OdishaNews
  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.