ସ୍କୁଲ ନିକଟରେ ଜଗି ରହିଛନ୍ତି ଦୁଇଟି ବଣୁଆ ହାତୀ, ଛୁଟି ଘୋଷଣା କଲେ ବିଇଓ

Published By : Prameya-News7 Bureau | October 01, 2024 IST

ଉଦଳା ୧।୧୦: ହାତୀ ପାଇଁ ସ୍କୁଲ ଛୁଟି । ମୟୁରଭଞ୍ଜ ଜିଲ୍ଲା କାଠୁଆବେଡା ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି । 

ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା ଉଦଳା ବ୍ଲକ୍ ଅଞ୍ଚଳରେ ହାତୀ ଉପଦ୍ରବ । କାଠୁଆବେଡା ସରକାରୀ ପ୍ରାଥମିକ ନିକଟରେ ଜଗି ରହିଛନ୍ତି ଦୁଇ ବଣୁଆ ହାତୀ । ଯାହାକୁ ନେଇ ପିଲାମାନଙ୍କ ସୁରକ୍ଷା ଦୃଷ୍ଟି କୋଣରୁ ବିଦ୍ୟାଳୟ ଛୁଟି କରାଯାଇଛି । ପ୍ରଧାନ ଶିକ୍ଷକ ମଙ୍ଗଳବାର ସକାଳେ ଘଟଣା ବାବଦରେ ଜାଣିବା ପରେ ବିଇଓଙ୍କୁ ଜଣାଇଥିଲେ । ପରେ ସ୍ଥିତିକୁ ନଜରରେ ରଖି ବିଇଓଙ୍କ ନିର୍ଦ୍ଦେଶରେ ବିଦ୍ୟାଳୟ ଛୁଟି କରାଯାଇଛି । ହାତୀ ଦୁଇଟି ବିଦ୍ୟାଳୟ ଠାରୁ ମାତ୍ର ଶହେ ମିଟର ଦୂରରେ ରହିଥିବା କାରଣରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ହାତୀଙ୍କ ଗତିବିଧି ଦେଖିବା ପରେ ବିଦ୍ୟାଳୟ ଖୋଲାଯିବ ବୋଲି ପ୍ରଧାନ ଶିକ୍ଷକ କହିଛନ୍ତି ।

You Can Read:

ପାଉଁରୁଟି ଫ୍ୟାକ୍ଟ୍ରି ଲାଇସେନ୍ସ ନବୀକରଣ ପାଇଁ ନେଉଥିଲେ ଲାଞ୍ଚ, ମାଡି ବସିଲା ଭିଜିଲାନ୍ସ ଟିମ୍

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.