‘କ୍ଷମତା ପାଇଁ ଭୋକିଲା ଥିବା ଲୋକେ ମୋର ଏହି କାମକୁ ସହିପାରୁନାହାନ୍ତି...’CJIଙ୍କ ଘରେ ଗଣେଶ ପୂଜା ଉପରେ ପିଏମ୍ ମୋଦୀଙ୍କ ବୟାନ

Published By : Prameya-News7 Bureau | September 17, 2024 IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁଭଦ୍ରା ଯୋଜନା ଶୁଭାରମ୍ଭ ଅବସରରେ କଂଗ୍ରେସକୁ ଜୋରଦାର ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ଯେ ସମାଜକୁ ଭାଗ ଭାଗ କରିବା ପ୍ରୟାସ କରୁଥିବା କ୍ଷମତା ପାଇଁ ଭୋକିଲା ଲୋକେ ଗଣେଶ ପୂଜାକୁ ସହିପାରୁନାହାନ୍ତି । କଂଗ୍ରେସ ଏବଂ ଏହାର ଇକୋସିଷ୍ଟମରେ ଥିବା ଲୋକ ଏଥିପାଇଁ ରାଗୁଛନ୍ତି, କାରଣ ମୁଁ ଗଣେଶ ପୂଜାରେ ସାମିଲ ହୋଇଥିଲି । 

ପିଏମ୍ ମୋଦୀ କହିଛନ୍ତି ଯେ ଗଣେଶ ଉତ୍ସବ ଆପଣ ଦେଶ ପାଇଁ କେବଳ ଏକ ଆସ୍ଥାର ପର୍ବ ନୁହେଁ । ଗଣେଶ ଉତ୍ସବ ଆମ ଦେଶର ସ୍ୱାଧୀନତାରେ ମଧ୍ୟ ବହୁତ ବଡ଼ ଭୂମିକା ଗ୍ରହଣ କରିଥିଲା । ଯେତେବେଳେ କ୍ଷମତା ଲୋଭରେ ଇଂରେଜ ଦେଶକୁ ଭାଗ ଭାଗ କରୁଥିଲେ, ଦେଶରେ ଜାତି ନାଁରେ ସଂଘର୍ଷ କରାଉଥିଲେ, ସମାଜରେ ବିଷ ଖେଳାଇବା, ସମାଜକୁ ଭାଗ ଭାଗ କରି ଶାସନ କରିବାକୁ ହତିଆର କରିନେଇଥିଲେ । ସେତେବେଳେ ଲୋକମାନ୍ୟ ତିଲକ ଗଣେଶ ଉତ୍ସବର ସାର୍ବଜନୀନ ଆୟୋଜନ ଜରିଆରେ ଭାରତର ଆତ୍ମାକୁ ଉଠାଇଥିଲେ । ଉଚ୍ଚ, ନିଚ, ଭେଦ-ଭାବ ଏସବୁର ଉପରକୁ ଉଠି ଆମ ଧର୍ମ ଆମକୁ ଯୋଡ଼ିବା ଶିଖାଏ । 

ପିଏମ୍ ମୋଦୀ କହିଛନ୍ତି ଯେ କର୍ଣ୍ଣାଟକରେ କଂଗ୍ରେସ ସରକାର ଭଗବାନ ଗଣେଶଙ୍କ ପ୍ରତିମୂର୍ତ୍ତିକୁ ଜେଲରେ ବନ୍ଦୀ କରିଥିଲା । ଏପରି ଘୃଣାରେ ଭର୍ତ୍ତି ଚିନ୍ତାଧାରା, ସମାଜରେ ବିଷ ମଞ୍ଜି ବୁଣିବାର ମାନସିକତା ଦେଶ ପାଇଁ ବିପଦଜ୍ଜନକ ଅଟେ । ଏପରି ଶକ୍ତିଗୁଡ଼ିକୁ ଆଗକୁ ରୋକାଯିବା ଦରକାର । ଏକ ହୋଇ ଅନେକ କିଛି ହାସଲ କରିବାର ଅଛି । ଦେଶ ଏବଂ ଓଡ଼ିଶାକୁ ଆଗକୁ ନେବାର ଅଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.