ମାଧବୀ ପୁରୀ ବୁଚଙ୍କୁ କଂଗ୍ରେସର ଟାର୍ଗେଟ, ମହିନ୍ଦ୍ରା ଏବଂ ICICI ବ୍ୟାଙ୍କ ଭଳି ୬ କମ୍ପାନିଙ୍କଠୁ ଟଙ୍କା ଆୟ କରିଥିବା ଅଭିଯୋଗ

Published By : Prameya-News7 Bureau | September 10, 2024 IST

ନୂଆଦିଲ୍ଲୀ: ନିକଟରେ ସେବି ଅଧ୍ୟକ୍ଷା ମାଧବୀ ପୁରୀ ବୁଚ୍‌ ଏବଂ ଅନ୍ୟ କିଛି କମ୍ପାନି ଉପରେ ଗୁରୁତର ଅଭିଯୋଗ ଆଣିଥିଲା କଂଗ୍ରେସ । ଯାହାକୁ ନେଇ ଖୁବ୍‌ ରାଜନୀତି ତେଜିଥିଲା। ଏହି ମାମଲା ଥମି ନଥିବାବେଳେ ଏବେ ପୁଣି କଂଗ୍ରେସ ମାଧବୀ ପୂରୀଙ୍କ ଉପରେ ବଡ଼ ଅଭିଯୋଗ ଆଣିଛି। କଂଗ୍ରେସ ଅଭିଯୋଗ ଆଣିଛି ଯେ, ମାଧବୀ ପୂରୀଙ୍କ କମ୍ପାନି ଆଗୋରା, ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା (M&M), ଡା. ରେଡିଜ ଏବଂ ଅନ୍ୟ ତିନି କମ୍ପାନିରୁ କୋଟି କୋଟି ଟଙ୍କା ଆୟ କରିଛି । ଆଉ କଂଗ୍ରେସର ଏହି ନୂଆ ଅଭିଯୋଗ ପରେ ରାଜନୈତିକ ମାହୋଲ ପୁଣି ସରଗରମ ହୋଇଛି । ଅନେକ ପ୍ରଶ୍ନ ମଧ୍ୟ ଛିଡ଼ା ହୋଇଛି ଯେ, ପ୍ରକୃତରେ କୌଣସି ଅନିୟମିତତା ହୋଇଛି କି ନାହିଁ ?

କଂଗ୍ରେସର ଅଭିଯୋଗ ଅନୁଯାୟୀ, ମାଧବୀ ପୁରୀ ବୁଚଙ୍କ କମ୍ପାନି ଆଗୋରା କିଛି ଲିଷ୍ଟେଡ କମ୍ପାନିଙ୍କ ସହ କାମ କରିଛି ଏବଂ ଯେଉଁଥିରୁ କୋଟି କୋଟି ଟଙ୍କା ଆୟବି କରିଛି। M&M, ସେମ୍ବକର୍ପ, ଡା.ରେଡିଜ ଏବଂ ତିନି ଅନ୍ୟ ପ୍ରମୁଖ କମ୍ପାନିଙ୍କ ନାଁ ଏହି ଅଭିଯୋଗରେ ନିଆଯାଇଛି । ଆଉ କଂଗ୍ରେସ ଦାବି ରହିଛି ଯେ, ଏହି କମ୍ପାନିଙ୍କ ଠାରୁ ମିଳିଥିବା ଟଙ୍କାର ଉତ୍ସ ଆଉ ଏହି ଟଙ୍କାର ବ୍ୟବହାର ସନ୍ଦିଗ୍ଧ ହୋଇପାରେ। ଏଥିପାଇଁ ଏହାର ବିସ୍ତୃତ ଯାଞ୍ଚ ହେବା ଦରକାର।

ସେମ୍ବକର୍ପ ଏକ ଏନର୍ଜୀ ଏବଂ ଜଳ ପ୍ରବନ୍ଧନ କମ୍ପାନି, ଏହା ଏସିଆର ବିଭିନ୍ନ ବଡ଼ ପ୍ରୋଜେକ୍ଟସ ଉପରେ କାମ କରୁଛି। ଡା.ରେଡିଜ ଭାରତୀୟ ଫାର୍ମାସ୍ୟୁଟିକାଲ କ୍ଷେତ୍ରର ଏକ ବଡ଼ କମ୍ପାନି । କମ୍ପାନି ଔଷଧ ନିର୍ମାଣ ସହ ଦେଶ-ବିଦେଶକୁ ବିତରଣ କରୁଛି। ଏହି କମ୍ପାନିଙ୍କ ସେୟାର ଏବଂ ଆର୍ଥିକ କାରବାର ଉପରେ ଅଭିଯୋଗ ମଧ୍ୟ ରହିଛି ଯେ, ଏଥିରେ ପାରଦର୍ଶିତାର ଅଭାବ ହୋଇପାରେ।

କଂଗ୍ରେସର ଦାବି କ’ଣ ?

କଂଗ୍ରେସ ଏହି ପୂରା ମାମଲାର ନିରପେକ୍ଷ ଏବଂ ବିସ୍ତୃତ ଯାଞ୍ଚ ଦାବି କରିଛି। କଂଗ୍ରେସ କହିଛି ଆଗୋରା ଏବଂ ସେହ ଲିଷ୍ଟେଡ କମ୍ପାନିଙ୍କ ମଧ୍ୟରେ ହୋଇଥିବା ଟ୍ରାଞ୍ଜାକ୍ସନର ବିସ୍ତୃତ ଯାଞ୍ଚ ହେବା ଦରକାର।ଯାହାଦ୍ବାରା କୌଣସି ପ୍ରକାର ଅନିୟମିତତାର ଖୁଲାସା ହୋଇପାରିବ। ଆଛଉ ସେବିର ନିରପେକ୍ଷତା ବଜାୟ ରଖିବା ପାଇଁ ଅଧ୍ୟକ୍ଷାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର।

ସୂଚନାଥାଉକି, ମାଧବୀ ପୁରୀ ବୁଚ ସେବିର ପ୍ରଥମ ମହିଳା ଅଧ୍ୟକ୍ଷା।୨୦୨୨ରେ ତାଙ୍କର ନିଯୁକ୍ତି ହୋଇଥିଲା। ସେ ଏହି ପଦରେ ନିଜର ଅନୁଭବ ଏବଂ ପ୍ରଭାବଶାଳୀ କାର୍ଯ୍ୟଶୈଳୀ ପାଇଁ ପରିଚିତ ଥିଲେ। ସେବିରେ ନିଯୁକ୍ତି ହେବା ପୂର୍ବରୁ ସେ ବିଭିନ୍ନ କ୍ଷେତ୍ରରେ କାମ କରିସାରିଛନ୍ତି। ନିବେଶ ଏବଂ ଆର୍ଥିକ ସଂସ୍ଥାନ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.