ଉତ୍ତରାଧିକାରୀ ଚୟନ କଲେ ବିଲେନିୟର ଇନଭେଷ୍ଟର ୱାରେନ ବଫେ, ମଝିଆ ପୁଅ ହବି ବଫେଙ୍କୁ ହସ୍ତାନ୍ତର କଲେ ନିଜ ସାମ୍ରାଜ୍ୟ

Published By : Prameya-News7 Bureau | January 14, 2025 IST

ନୂଆଦିଲ୍ଲୀ: ଉତ୍ତରାଧିକାରୀ ଚୟନ କଲେ ପ୍ରତିଷ୍ଠିତ ବିଲେନିୟର ଇନଭେଷ୍ଟର ତଥା ବର୍କଶାୟର ହାଥଓ୍ବେର କୋ-ଫାଉଣ୍ଡର, ଚେୟାରମ୍ୟାନ ଏବଂ ସିଇଓ ଓ୍ବରେନ ବଫେ । ୱାରେନ ବଫେ ନିଜ ମଝିଆ ପୁଅ ହାଭାର୍ଡ ଓରଫ୍ ହବି ବଫେଙ୍କୁ ନିଜ ଉତ୍ତରାଧିକାରୀ ଭାବରେ ଘୋଷଣା କରିଛନ୍ତି । ଓ୍ବରେନ ବଫେଙ୍କୁ ୯୪ ବର୍ଷ ହୋଇଥିବାବେଳେ ହାଭାର୍ଡଙ୍କ ବୟସ ୭୦ ବର୍ଷ। ଓ୍ବାଲ ଷ୍ଟ୍ରିଟ୍ ଜର୍ଣ୍ଣାଲର ଏକ ରପୋର୍ଟ ଅନୁଯାୟୀ ହବି, ଓ୍ବାରେନ ବଫେଙ୍କ ଠାରୁ ୧ ଟ୍ରିଲିୟନ ଡଲାରର ଓ୍ବର୍କଶାୟର ହାଥଓ୍ବେର ନନ-ଏକ୍ସିକ୍ୟୁଟିଭ ଚେୟାରମ୍ୟାନର ପଦ ସମ୍ଭାଳିବେ।

ରିପୋର୍ଟ ଅନୁଯାୟୀ, ଓ୍ବରେନ ବଫେଙ୍କୁ ନିର୍ଣ୍ଣୟ ନେବାରେ ସମୟ ଲାଗିଥିଲା। କାରଣ ସେ ଜଣେ ଏଭଳି ଉତ୍ତରାଧିକାରୀର ଖୋଜୁଥିଲେ, ଯିଏ ତାଙ୍କର ୮.୨ ଟ୍ରିଲିୟନ ପାଉଣ୍ଡ କର୍ପୋରେଟ ଆସେଟ ଗ୍ରୁପର ପରିଚାଳନା ଦକ୍ଷତାର ସହ ନିଜ ଉପାୟରେ କରିପାରିବ। ବଫେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କର ସବୁ ସମ୍ପତ୍ତି ପିଲାଙ୍କୁ ମିଳିବନି। ହବି ବଫେ ଏବଂ ତାଙ୍କର ଦୁଇ ଭାଇ-ଭଉଣୀ ସୁସୀ ଏବଂ ପିଟରଙ୍କୁ ବର୍କଶାୟର ସମ୍ପତ୍ତିରୁ ପ୍ରାୟ ୧୨ ଲକ୍ଷ କୋଟି ଟଙ୍କାର ପରୋପକାରୀ କାର୍ଯ୍ୟରେ ଖର୍ଚ୍ଚ କରିବାକୁ ହେବ। ରିପୋର୍ଟରେ କୁହାଯାଇଛି ଯେ ବଫେ, ହବିଙ୍କୁ ନିଜ ଉତ୍ତରାଧିକାରୀ ଘୋଷଣା କରିବା ନେଇ ବହୁତ ସ୍ପଷ୍ଟ ଥିଲା। ସେ ଏକ ସାକ୍ଷାତକାରରେ କହିଛନ୍ତି, ‘ତାଙ୍କୁ ଏହା ଏଥିପାଇଁ ମିଳୁଛି, କାରଣ ସେ ମୋ ପୁଅ। ମୁଁ ବହୁତ, ବହୁତ ଭାଗ୍ୟଶାଳୀ ଯେ, ମୁଁ ମୋର ତିନି ପିଲାଙ୍କ ଉପରେ ଭରଷା କରୁଛି।’’ 

ତେବେ ବଡ଼ କଥା ହେଲା ଏହା ପୂର୍ବରୁ ଓ୍ବରେନ ବଫେ ୨୦୧୩ରେ ଯେତେବେଳେ ହବିଙ୍କୁ ବର୍କଶାୟର ହାଥଓ୍ବେରେ ନନ-ଏକ୍ସିକ୍ୟୁଟିଭ ଚେୟାରମ୍ୟାନ କରିଥିଲେ, ସେତେବେଳେ ଏହି ନିଷ୍ପତ୍ତି ଉପରେ ଅନେକ କଥା ଆଲୋଚନା ହୋଇଥିଲା। ଏକ ହେଜ୍‌-ଫଣ୍ଡ୍‌ ମ୍ୟାନେଜର ଓ୍ବରେନଙ୍କୁ ପଚାରିଥିଲେ ଯେ, ହବିଙ୍କୁ ବ୍ୟବସାୟରେ ବିଷୟରେ କୌଣସି ଧାରଣା ନାହିଁ। ସେ ଶେୟାରରେ ନିବେଶ ମଧ୍ୟ କରିନାହାଁନ୍ତି। ତଥାପି ଏହି ଭୂମିକା ପାଇଁ ସବୁଠୁ ଯୋଗ୍ୟ ବ୍ୟକ୍ତି କିଭଳି ହେଲେ ? ଏହାକୁ ନେଇ ଓ୍ବରେନ କହିଥିଲେ, ‘ହବିଙ୍କୁ ବ୍ୟବସାୟ ଚଳାଇବା ବିଷୟରେ ଭାବିବାକୁ ପଡ଼ିବନି। ଯଦି ବୋର୍ଡକୁ ଲାଗିବ ସେ ଭୁଲ ସିଇଓକୁ କାମରେ ରଖିଛନ୍ତି ତେବେ ତାଙ୍କୁ ପଦରୁ ହଟାଇବା ସହଜ ହେବ।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.