ନୂଆଦିଲ୍ଲୀ: ସେୟାର ବଜାରରେ ସୋମବାର ବଡ଼ ଧରଣର ହ୍ରାସ ଘଟିଛି । ବିଏଇସି ସେନସେକ୍ସ ୧୦୦୦ ପଏଣ୍ଟରୁ ଅଧିକ କ୍ରାସ୍ ହୋଇଛି । ସେହିପରି ନିଫ୍ଟି ହ୍ରାସ ପାଇ ୨୩,୧୦୦ ସ୍ତର ତଳକୁ ଖସି ବନ୍ଦ ହୋଇଛି । ବ୍ରଡର ମାର୍କେଟରେ ଅବସ୍ଥା ଆହୁରି ଅଧିକ ଖରାପ ରହିଛି । ମିଡ୍କ୍ୟାପ୍ ଏବଂ ସ୍ମଲ୍କ୍ୟାପ୍ ଇଣ୍ଡେକ୍ସ ୪ ପ୍ରତିଶତରୁ ଅଧିକ ଯାଏ ହ୍ରାସ ପାଇଛି । ଏହି କାରଣରୁ ସେୟାର ବାଜର ନିବେଶକଙ୍କୁ ଆଜି ପ୍ରାୟ ୧୨.୩୯ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି । ସମସ୍ତ ସେକ୍ଟୋରାଲ ଇଣ୍ଡେକ୍ସ ଲାଲ୍ ସଂକତେରେ ବନ୍ଦ ହୋଇଛି । ବିଏସଇ ରିୟଲ୍ଟି ଇଣ୍ଡେକ୍ସ ସବୁଠୁ ଅଧିକ ୬.୫ ପ୍ରତିଶତ କ୍ରାସ୍ ହୋଇଛି । ଅନ୍ୟପଟେ ଇଣ୍ଡଷ୍ଟ୍ରିୟଲ, ୟୁଟିଲିଟି, ପାୱାର ଏବଂ ସର୍ଭିସେସ୍ ସେକ୍ଟରର ସୂଚକାଙ୍କ ୪ ପ୍ରତିଶତରୁ ଅଧିକ କ୍ରାସ୍ ହୋଇଛି ।
କାରବାର ଶେଷରେ ବିଏସ୍ଇର ୩୦ ସେୟାର ବିଶିଷ୍ଟ ସୂଚକାଙ୍କ ସେନ୍ସେକ୍ସ ୧୦୪୮.୯୦ ଅଙ୍କ ବା ୧.୩୬ ପ୍ରତିଶତ ହ୍ରାସ ପାଇ ୭୬,୩୩୦.୦୧ ଅଙ୍କରେ ବନ୍ଦ ହୋଇଛି । ଅନ୍ୟପଟେ ଏନ୍ଏସିର ୫୦ ସେୟାର ବିଶିଷ୍ଟ ସୂଚକାଙ୍କ ନିଫ୍ଟି ୩୪୫.୫୫ ଅଙ୍କ ବା ୧.୪୭ ପ୍ରତିଶତ ହ୍ରାସ ପାଇଁ ୨୩,୦୮୫.୯୫ ସ୍ତରରେ ବନ୍ଦ ହୋଇଛି ।
ବିଏସ୍ଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକର ମାର୍କେଟ୍ କ୍ୟାପ ଆଜି ହ୍ରାସ ପାଇ ୪୧୭.୨୮ ଲକ୍ଷ କୋଟି ଟଙ୍କା ହୋଇଛି । ପୂର୍ବ କାରବାର ଦିନ ଅର୍ଥାତ୍ ଶୁକ୍ରବାର ଜାନୁଆରୀ ୧୦ରେ ଏହା ୪୨୯.୬୭ ଲକ୍ଷ କୋଟି ଟଙ୍କା ଥିଲା । ଏହିପରି ବିଏସ୍ଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକର ମାର୍କେଟ୍ କ୍ୟାପ୍ ଆଜି ପ୍ରାୟ ୧୨.୩୯ ଲକ୍ଷ କୋଟି ଟଙ୍କା ହୋଇଛି । ଅନ୍ୟ ଶବ୍ଦରେ କହିବାକୁ ଗଲେ ଆଜି ଗୋଟିଏ ଦିନରେ ନିବେଶକଙ୍କୁ ପ୍ରାୟ ୧୨.୩୯ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି ।
ସେନସେକ୍ସରେ ଆଜି ୪ ସେୟାରକୁ ଛାଡ଼ି ଅନ୍ୟ ସବୁ ସେୟାର ଲାଲ୍ ସଂକେତରେ ବନ୍ଦ ହୋଇଛି । ଆକ୍ସିସ୍ ବ୍ୟାଙ୍କରେ ସବୁଠୁ ଅଧିକ ୦.୭୮ ପ୍ରତିଶତ ବୃଦ୍ଧି ହୋଇଛି । ଅନ୍ୟପଟେ ଜୋମାଟୋ ସେୟାର ମୂଲ୍ୟରେ ସବୁଠୁ ଅଧିକ ୬.୫୨ ପ୍ରତିଶତ ହ୍ରାସ ଘଟିଛି ।