ବିଜେଡ଼ି କାର୍ଯ୍ୟାଳୟରେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ, ପୁତ୍ର ମନ୍ମଥଙ୍କ ସପକ୍ଷରେ ଭୋଟ୍ ଦେବାକୁ କଲେ ଅପିଲ୍

Published By : Prameya-News7 Bureau | April 14, 2024 IST

ଭୁବନେଶ୍ବର ୧୪।୪: ବିଜେଡ଼ି କାର୍ଯ୍ୟାଳୟରେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । ପୁତ୍ର ମନ୍ମଥ ରାଉତରାୟଙ୍କ ପାଇଁ ଅଣ୍ଟା ଭିଡ଼ିଲେ ସୁର । ଶନିବାର ଦିନ ସୁର ଜୟଦେବ ନିର୍ବାଚନମଣ୍ଡଳୀ ବାଲିପାଟଣା ବ୍ଳକ୍ ଅଠାନ୍ତର ମେଡିକାଲ ଛକରେ ଥିବା ବିଜେଡି କାର୍ଯ୍ୟାଳୟରେ ପହଞ୍ଚି ବିଜେଡ଼ି କର୍ମୀମାନଙ୍କ ସହ ଆଲୋଚନା କରିଛନ୍ତି । ପୁତ୍ର ମନ୍ମଥ ରାରତରାୟ ସପକ୍ଷରେ ଭୋଟ୍ ଦେବାକୁ ସୁର ଅପିଲ୍ କରିଛନ୍ତି । ଏହାସହ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ, ଭି.କେ. ପାଣ୍ଡିଆନ ଏବଂ ପ୍ରଣବ ପ୍ରକାଶ ଦାସଙ୍କୁ ସୁର ପ୍ରଶଂସା କରିଛନ୍ତି । ସୁର କଂଗ୍ରେସ ଦଳରେ ଥାଇ ବିଜେଡ଼ିକୁ ପ୍ରଶଂସା କରିବା ଏବଂ ପୁତ୍ର ପାଇଁ ଶଙ୍ଖ ଚିହ୍ନରେ ଭୋଟ୍ ଅପିଲକୁ ନେଇ ଅଞ୍ଚଳରେ ବେଶ୍ ଚର୍ଚ୍ଚା ହେଉଛି । 

ସୁରଙ୍କ ପୁତ୍ର ମନ୍ମଥ ରାଉତରାୟ ବିଜେଡ଼ି ଟିକେଟ୍‌ରେ ଭୁବନେଶ୍ୱର ଲୋକସଭା ଆସନର ପ୍ରାର୍ଥୀ ହୋଇଛନ୍ତି । ଏଠାରେ ତ୍ରିମୁଖି ଲଢେଇ ଦେଖିବାକୁ ମିଳିବ । ବିଜେପିରୁ ଅପରାଜିତା ଏବଂ କଂଗ୍ରେସରୁ ୟାସିର୍ ନୱାଜ ପ୍ରାର୍ଥୀ ହୋଇଛନ୍ତି ।

You Can Read :

ଷ୍ଟିଲ୍ ପ୍ଲାଣ୍ଟରେ ଶ୍ରମିକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ କମ୍ପାନୀ ଫାଟକ ଆଗରେ ଧାରଣା

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.