ଷ୍ଟିଲ୍ ପ୍ଲାଣ୍ଟରେ ଶ୍ରମିକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ କମ୍ପାନୀ ଫାଟକ ଆଗରେ ଧାରଣା

Published By : Prameya-News7 Bureau | April 14, 2024 IST

ଆଠଗଡ ୧୪।୪: ଖୁଣ୍ଟୁଣୀ ଘଣ୍ଟିଖାଲ ସ୍ଥିତ ଏକ ଷ୍ଟିଲ ପ୍ଲାଣ୍ଟରେ ଦୁର୍ଘଟଣା ଘଟି କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତ ଶ୍ରମିକ ଜଣକ ହେଲେ ଆଠଗଡ ଥାନା ଅନ୍ତର୍ଗତ ହରିଡ଼ାଗହିର ଗ୍ରାମର ୫୨ ବର୍ଷ ବୟସ୍କ ସନାତନ ପାଢ଼ୀ । ଶନିବାର ରାତିରେ କାରଖାନାରେ କାର୍ଯ୍ୟ କରୁଥିବା ସମୟରେ ରୋଲିଂ ସେକ୍ସନରେ କ୍ରେନ୍‌ରେ ଚାପିହୋଇ ଗୁରୁତର ଆହତ ହୋଇଥିଲେ । କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଶନିବାର ବିଳମ୍ବିତ ରାତିରେ ମୃତ୍ୟୁ ହୋଇଛି । କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ କମ୍ପାନୀ ଫାଟକ ଆଗରେ ଧାରଣା ଦେଇଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ଥିବାରୁ ଚୌଦ୍ବାର ଏସ୍‌ଡିପିଓଙ୍କ ସହ ଖୁଣ୍ଟୁଣୀ ଥାନା ଅଧିକାରୀ ଓ ଗୋଟିଏ ସେକ୍ସନ ଫୋର୍ସ ମୁତୟନ କରାଯାଇଛି । 

ଆଠଗଡରେ ଥିବା ହିନ୍ଦ୍ମମଜଦୁର ସଭା ୟୁନିୟନର କର୍ମଚାରୀ ଓ ଶ୍ରମିକମାନେ ଏହି ଧାରଣାରେ ସାମିଲ ହୋଇ ମୃତକଙ୍କ ପରିବାରକୁ ୫୦ ଲକ୍ଷର କ୍ଷତିପୂରଣ ସହ ପରିବାରର ଜଣକୁ ସ୍ଥାୟୀ ନିଯୁକ୍ତି, ପରିବାରର ମାସିକ ଭରଣ ପୋଷଣ, ଅବିବାହିତ ଝିଅ ପୁଅଙ୍କ ବିବାହ ରାଶି ଦେବା ଦାବି କରିଛି ସଂଘ । ବାରମ୍ବାର ଏହି କମ୍ପାନୀରେ ଏଭଳି ଦୁର୍ଘଟଣା ଘଟି ଶ୍ରମିକ ମୃତ୍ୟୁ ହେଉଥିଲେ ମଧ୍ୟ ସୁରକ୍ଷାକୁ ଗୁରୁତ୍ବ ଦେଉନାହାନ୍ତି କମ୍ପାନୀ କର୍ତ୍ତୃପକ୍ଷ ଯାହା ଫଳରେ ଶ୍ରମ ବିଭାଗ ଉପରେ ଆଙ୍ଗୁଳି ନିର୍ଦ୍ଦେଶ କରିଛି ଶ୍ରମିକ ସଙ୍ଗଠନ ।

You Can Read :

ନିଶାସକ୍ତ ଅବସ୍ଥାରେ ପୁଅକୁ ମାରିଦେଲା ଜନ୍ମକଲା ମା’, ଥାନାରେ ଅଭିଯୋଗ କଲେ ବାପା

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.