କାଲିମେଳା ୧୪।୪: ନିଶା କରିଦେଲା ପୁତ୍ରହନ୍ତା । ନିଶାସକ୍ତ ଅବସ୍ଥାରେ ପୁଅକୁ ମାରିଦେଲା ଜନ୍ମକଲା ମା’ । ମୃତ ନାବାଳକଙ୍କ ବୟସ ୮ବର୍ଷ ବୋଲି ଜଣାପଡିଛି । ମାଲକାନଗିରି ଜିଲ୍ଲାର କାଲିମେଳା ଥାନା ଅଧୀନ ତୁମ୍ବାଗୁଡା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି ।
ସୂଚନାଯୋଗ୍ୟ ଯେ, ମାଲକାନଗିରି ଜିଲ୍ଲାର କାଲିମେଳା ଥାନା ଅଧୀନ ତୁମ୍ବାଗୁଡା ଗାଁରେ ନିଶାସକ୍ତ ଅବସ୍ଥାରେ ପୁଅକୁ ମାରିଦେଲା ନିଜ ଜନ୍ମକଲା ମା’ । ୮ ବର୍ଷ ବୟସର ପୁଅ ରୋହିତ ପଡିଆମୀକୁ ଜୀବନରୁ ମାରିଦେଲା ମା’ ୱାଗି ପଡିଆମୀ । ଏ ନେଇ ବାପା ମୁକା ପଡିଆମୀ ଗାଁ ଲୋକଙ୍କ ସମ୍ମୁଖରେ ପ୍ରକାଶ କରିଛନ୍ତି ।
ତାଙ୍କ ଅଭିଯୋଗ ଅନୁଯାୟୀ, ପ୍ରତିଦିନ ମଦ ନିଶାରେ ପିଲାଙ୍କୁ ମାରୁଥିଲା ମା’ । ଶନିବାର ରାତି ୧୧ଟା ବେଳେ ଲାତ, ଗୋଇଠା ମାରି ଜୀବନରୁ ନିଜେ ଜନ୍ମ ଦେଇଥିବା ପୁଅକୁ ମାରିଦେଇଛି । ରବିବାର ସକାଳେ ଗ୍ରାମବାସୀ ଜାଣିବା ପରେ ଏ ନେଇ ଗ୍ରାମବାସୀ ଓ ଗାଁର ୱାର୍ଡ ମେମ୍ବର ଲାକା ମାଡକାମୀ ମିଳିତ ଭାବେ କାଲିମେଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
You Can Read :
କିଏ ହାତେଇବ ଭୁବନେଶ୍ୱର ଲୋକସଭା ଆସନ ? ତିନି ଦଳର ପ୍ରାର୍ଥୀ ଘୋଷଣା ପରେ ପ୍ରଚାର ଜୋରଦାର