ଭୁବନେଶ୍ୱର ୨୩/୦୫: କୋଟିଆ ପ୍ରସଙ୍ଗରେ ରାଜ୍ୟ କଂଗ୍ରେସ ଉପସଭାପତି ତାରା ପ୍ରସାଦ ବାହିନୀପତିଙ୍କ ପ୍ରତିକ୍ରିୟା । ସେ କହିଛନ୍ତି ଏବେ ଟ୍ରିପଲ ଇଂଜିନ ସରକାର ଚାଲିଛି । ରାଜ୍ୟ ସରକାର କେବଳ କମିଟି ଉପରେ କମିଟି କରୁଛନ୍ତି, କିନ୍ତୁ କମିଟି କଣ କାର୍ଯ୍ୟ କରୁଛି । ସେ କହିଛନ୍ତି କୋଟିଆ କାହାର ପୈତୃକ ସମ୍ପତି ନୁହେଁ ।
କୋଟିଆ ହେଉଛି ଅଭିଭକ୍ତ କୋରାପୁରର ଅଂଶ । କୋଟିଆର ଗୋଟିଏ ଇଞ୍ଚ ଜମି କାହାକୁ ଦିଆଯିବନାହିଁ । ପ୍ରଧାନମନ୍ତ୍ରୀ ତୁରନ୍ତ ବୈଠକ ଡାକ୍ତନ୍ତୁ, ଏହି ସମସ୍ୟାର ସମାଧାନ କରନ୍ତୁ । ରାଜ୍ୟ ସରକାରଙ୍କ ରେଭନିଉ ଅଫିସର କଣ କରୁଥିଲେ, ଏପର୍ଯ୍ୟନ୍ତ କାହିଁକି କମିଟି କରି ଏହାକୁ ଅନୁରୋଧ କରୁନଥିଲେ । ଏହି କମିଟିର କୌଣସି ଲାଭ ହେବନାହିଁ । ତୁରନ୍ତ ସରକାର ଏ ଦିଗରେ ଠୋସ ନିଷ୍ପତି ନିଅନ୍ତୁ ।
ସେପଟେ ରାଜ୍ୟ ସରକାର କୋଟିଆ ପାଇଁ ସ୍ୱତନ୍ତ୍ର କମିଟି ଗଠନ କରିବାକୁ ସ୍ୱାଗତ କରିଛନ୍ତି କଂଗ୍ରେସ ବିଧାୟକ ମଙ୍ଗୁ ଖିଲ ।