ସପ୍ତାହ ପୂର୍ବେ ରାୟପୁର ଯାଇ ଫେରିନଥିଲେ ଠିକାଦାର, ମୃତଦେହ ମିଳିବା ପରେ ହତ୍ୟା ଅଭିଯୋଗ ଆଣିଲେ ପରିବାର

Published By : Prameya-News7 Bureau | May 16, 2025 IST

NEWS UPDATE

ପାଟଣାଗଡ଼ ୧୬।୫: ଠିକାଦାରଙ୍କୁ ହତ୍ୟା ଅଭିଯୋଗ । ରାୟପୁର ଯାଇ ଘରକୁ ଫେରିନଥିଲେ । ଗୁରୁବାର ମିଳିଥିଲା ମୃତଦେହ । ବଲାଙ୍ଗିର ଜିଲ୍ଲା ବେଲପଡାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ହତ୍ୟା ଅଭିଯୋଗ ଆଣି ପରିବାର ଏବଂ ଗ୍ରାମବାସୀ ବେଲପଡ଼ା ଥାନା ଘେରାଉ ସହ ରାସ୍ତା ରୋକ କରିଛନ୍ତି ।  

ସୂଚନାଯୋଗ୍ୟ ଯେ, ଗତ ୮ ଦିନ ପୂର୍ବେ ବେଲପଡ଼ାର ଠିକାଦାର ପ୍ରଶାନ୍ତ ନିଆଲ ଏବଂ ଅନ୍ୟ ୩ ଜଣ ରାୟପୁର ଯାଇଥିଲେ । ସେଠାରୁ ୩ ଜଣ ଫେରିଥିବା ବେଳେ ପ୍ରଶାନ୍ତ ଫେରିନଥିଲେ । ପରିବାର ଲୋକ ପ୍ରଶାନ୍ତ ନିଖୋଜ ହୋଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ । ତେବେ ଗୁରୁବାର ପ୍ରଶାନ୍ତଙ୍କ ମୃତ ଦେହ ମହାସମୁନ୍ଦରେ ପଡ଼ିଥିବା ପରିବାର ଲୋକ ଖବର ପାଇଥିଲେ । ମୃତଦେହ ଦେଖିବା ପରେ ପରିବାର ଲୋକ ପ୍ରଶାନ୍ତକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ । ଏ ନେଇ ଥାନା ଘେରାଉ କରିବା ସହ କଣ୍ଟାବାଞ୍ଜି-ପାଟଣାଗଡ଼ ମୁଖ୍ୟ ରାସ୍ତା ଅବରୋଧ କରିଥିଲେ ।

You Can Read:

ବଜ୍ରପାତ ନେଲା ଗୋଟିଏ ପରିବାରର ୩ ଜୀବନ, ସେପଟେ ଦୋକାନ ଆଗରେ ଚାଲିଗଲା ଯୁବତୀଙ୍କ ପ୍ରାଣ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.