କୋରାପୁଟ ୧୬।୫: ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍ ଓଡ଼ିଆ ପେଣ୍ଠ ପଞ୍ଚାୟତର ପରଡିଗୁଡା ଗ୍ରାମରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଦ୍ବିପ୍ରହର ବେଳେ କାଳବୈଶାଖୀ ବର୍ଷା ସହ ବିଜୁଳି ଘଡ଼ଘଡ଼ି ହେବା ସମୟରେ ବିଲ ନିକଟରେ ଥିବା ଏକ କୁଡ଼ିଆରେ ଆଶ୍ରୟ ନେଇଥିଲା ପୁରା ପରିବାର । ବଜ୍ରାଘାତରେ ଆଈ, ନାତୁଣୀଙ୍କ ସହ ଯୁବକ ମୃତ୍ୟୁ ହୋଇଛି । ଜଣେ ବୃଦ୍ଧା ଗୁରୁତର ହୋଇଛନ୍ତି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ସେମିଳିଗୁଡା ବ୍ଲକ୍ ଖାଲପାଡିରେ ବଜ୍ରପାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ନଦୀରେ ମାଛ ଧରୁଥିବା ବେଳେ ବଜ୍ରପାତରେ ଯୁବକଙ୍କ ମୃତ୍ୟୁ ହୋଇଛି ।
ସେପଟେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର କେବିରୀ ବରପୁରରେ ବଜ୍ରପାତରେ ଅନ୍ୟ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି । ଆମ୍ବତୋଟାରେ ଆମ୍ବ ଗୋଟାଉ ଥିବାବେଳେ ବଜ୍ରପାତ ହୋଇଥିଲା । କବିସୂର୍ଯ୍ୟନଗର ଏ ବରିଡା ଗାଁରେ ବଜ୍ରପାତରେ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତ ଛାତ୍ର ଜଣକ ହେଲେ ଓମ୍ ପ୍ରକାଶ ପ୍ରଧାନ ।
ସେହିଭଳି ଗଜପତି ଜିଲ୍ଲା ମୋହନ କାନକଟା ଗାଁରେ ବିଜୁଳି ଘଡଘଡି ହେବା ଯୋଗୁଁ ଜଣେ ଯୁବତୀ ପ୍ରାଣ ହରାଇଛନ୍ତି । ନିଜ ଦୋକାନ ସମ୍ମୁଖରେ ବସିଥିବା ବେଳେ ବଜ୍ରପାତ ହୋଇଥିଲା ।
You Can Read:
ବାଜ୍ୟାପ୍ତି ହେବ ରାଜା ଚକ୍ରର ଅଲିଶାନ ଫାର୍ମହାଉସ୍, ସିଲ୍ ପରେ ପ୍ରକ୍ରିୟା ଆରମ୍ଭ