ଯାଜପୁର ୨୫।୧୧ : ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣା । ତଦନ୍ତ ପାଇଁ ଯାଜପୁରରେ ପହଞ୍ଚିଲା କ୍ରାଇମ୍ବ୍ରାଞ୍ଚ ଟିମ୍ । ମୋଟ୍ ୩ଟି ଗଠନ କରି ତଦନ୍ତ ଆରମ୍ଭ କରିଛି କ୍ରାଇମ୍ବ୍ରାଞ୍ଚ । ଏଡିଜି ବିନୟତୋଷ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ ।
ଖବର ଅନୁଯାୟୀ, ଯାଜପୁର ଜିଲ୍ଲା ଧର୍ମଶାଳା ବିଧାୟକଙ୍କ ଆକ୍ରମଣରେ ତଦନ୍ତ ଭାର କ୍ରାଇମ୍ବ୍ରାଞ୍ଚକୁ ଦିଆଯାଇଥିଲା। ଏହି ଆକ୍ରମଣ ଘଟଣାରେ ତିନୋଟି କେଶ୍ କ୍ରାଇମ୍ବ୍ରାଞ୍ଚ ହାତକୁ ଯାଇଛି । ଏହିକ୍ରମରେ ସୋମବାର ଦିନ କ୍ରାଇମ୍ବ୍ରାଞ୍ଚ ୩ ଜଣିଆ ଟିମ୍ ଯାଜପୁରରେ ପହଞ୍ଚିଛି । ପ୍ରଥମ ପର୍ଯ୍ୟାୟରେ ବିଧାୟକଙ୍କ ପିଏସ୍ଓଙ୍କ ବୟାନ ରେକର୍ଡ କରାଯିବ । ସେହିପରି ବିଧାୟକଙ୍କୁ ଆକ୍ରମଣ ଘଟଣାରେ କଲ୍ ସିଡିଆର୍ ରେକର୍ଡ ଅନୁସାରେ ଭବ ଦାସଙ୍କ ପଚରାଉଚରା କରିବା ସହ ପୂର୍ବତନ ବିଧାୟକଙ୍କୁ ତଦନ୍ତ ପରିସର ଭୁକ୍ତ କରିପାରେ କ୍ରାଇମବ୍ରାଞ୍ଚ । ଏଡିଜି ବିନୟତୋଷ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ତଦନ୍ତ ଅଧିକାରୀଙ୍କ ସହ ଆଡିସିନାଲ୍ ଏସ୍ପି ଓ ଡିଏସ୍ପି ରାଙ୍କର ଦକ୍ଷ ଅଧିକାରୀଙ୍କୁ ନେଇ ଟିମ୍ ଗଠନ କରାଯାଇଛି । ଏହି ଟିମ୍ରେ ଦୁଇ ଜଣ ଡିଏସ୍ପି, ଜଣେ ଇନ୍ସପେକ୍ଟର, ୩ ଜଣ ଏସ୍ଆଇ ସାମିଲ ଅଛନ୍ତି ।